ଆମେରିକା ଗସ୍ତ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ଇଜିପ୍ଟ ଅଭିମୁଖେ କରିଛନ୍ତି ଯାତ୍ରା

Spread the love

ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତକୁ ସଫଳତାର ସହ ସମାପ୍ତ କରିବା ପରେ ମିଶର ଅଭିମୁଖେ ଯାତ୍ରା କରିଛନ୍ତି । ମୋଦୀ ଦୁଇ ଦିନିଆ ମିଶର ଗସ୍ତେରେ ଆଛନ୍ତି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତ୍ତାହ ଏଲ୍-ସିସିଙ୍କ ସହ ଆଲୋଚନା କରିବେ ।

ରାଷ୍ଟ୍ରପତି ସିସିଙ୍କ ସହ ହୋଇଥିବା ଆଲୋଚନା ବ୍ୟତୀତ ପ୍ରଧାନମନ୍ତ୍ରୀ ଇଜିପ୍ଟ ସରକାରଙ୍କ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି, ଇଜିପ୍ଟର କେତେକ ବିଶିଷ୍ଟ ବ୍ୟକ୍ତିତ୍ୱ ତଥା ଇଜିପ୍ଟର ଭାରତୀୟ ସମ୍ପ୍ରଦାୟ ସହିତ ଯୋଗାଯୋଗ କରିବାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀଙ୍କ ଇଜିପ୍ଟ ଗସ୍ତ ସମୟରେ ଅନେକ ରଣନୀତିକ ସହଭାଗୀତା ଦଲିଲ ଏବଂ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *