ଚିନ୍ମୟ କୃଷ୍ଣ ଦାସଙ୍କୁ ମୁକ୍ତ କରବା ନେଇ ଦାବି କରିଛନ୍ତି ସେଖ୍ ହାସିନା

ଦୀର୍ଘ ଦିନର ନିରବତା ପରେ ମୁହଁ ଖୋଲିଲେ ବାଂଳାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ୍ ହିସିନା । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶଦ୍ରୋହ ଅଭିଯୋଗରେ ହିନ୍ଦୁ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରାଯିବା ଘଟଣାକୁ ତୀବ୍ର ନିନ୍ଦା କରିବା ସହ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛନ୍ତି । ଆୱାମୀ ଲିଗ୍ ସଭାପତି ବଙ୍ଗବନ୍ଧୁଙ୍କ ଝିଅ ଶେଖ ହସିନା ଏକ ବିବୃତି ଜାରି କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସନାତନ ଧର୍ମ ସମ୍ପ୍ରଦାୟର ଜଣେ ଶୀର୍ଷ ନେତାଙ୍କୁ ଅନ୍ୟାୟ ଭାବେ ଗିରଫ କରାଯାଇଛି ଏବଂ ତାଙ୍କୁ ତୁରନ୍ତ ମୁକ୍ତ କରାଯିବା ଉଚିତ । ଅତୀତରେ ଅହମ୍ମଦିଆ ସମ୍ପ୍ରଦାୟର ମସଜିଦ, ଦରଗା, ଚର୍ଚ୍ଚ, ମଠ ଓ ଘର ଉପରେ ଆକ୍ରମଣ, ଭଙ୍ଗାରୁଜା, ଲୁଟ୍ ଓ ନିଆଁ ଲଗାଇ ଦିଆଯାଇଛି । ଧାର୍ମିକ ସ୍ୱାଧୀନତା ଏବଂ ସମସ୍ତ ସମ୍ପ୍ରଦାୟର ଲୋକଙ୍କ ପାଇଁ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରାଯିବା ଆବଶ୍ୟକ । ଚିଟଗୋଙ୍ଗରେ ଜଣେ ଓକିଲଙ୍କୁ ହତ୍ୟା କରାଯାଇଛି, ଏହି ହତ୍ୟାକାଣ୍ଡକୁ ତୀବ୍ର ବିରୋଧ କରାଯାଉଛି। 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *