ସିଲିକନ ଭ୍ୟାଲି ବ୍ୟାଙ୍କ ବନ୍ଦ କରିବାକୁ ନିର୍ଦ୍ଦେଶ

() ଆମେରିକାରେ ପୁଣି ଥରେ ବ୍ୟାଙ୍କିଙ୍ଗ ସଂକଟ। ଆମେରିକା ରେଗୁଲେଟର ଦେଶର ସବୁଠାରୁ ବଡ ବ୍ୟାଙ୍କ ମଧ୍ୟରୁ ଅନ୍ୟତମ ସିଲିକନ ଭ୍ୟାଲି ବ୍ୟାଙ୍କକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। କାଲିଫର୍ଣ୍ଣିଆ ଡିପାର୍ଟମେଣ୍ଟ ଅଫ୍ ଫାଇନାନ୍ସିଆଲ ପ୍ରୋଟେକ୍ସନ ଆଣ୍ଡ ଇନୋଭେସନ ଏହି ନିର୍ଦ୍ଦେଶ ଦେଇଛି। ତେବେ ଆମେରିକା କାର୍ଲିଫର୍ଣ୍ଣିଆରେ ଥିବା ଏହି ଘରୋଇ ବ୍ୟାଙ୍କ ବୁଡିଯିବା ପରେ ଭାରତ ସମେତ ସାରା ବିଶ୍ୱର ସେୟାର ବଜାର ପ୍ରଭାବିତ ହୋଇଛି।

୯ମାର୍ଚ୍ଚରେ ବ୍ୟାଙ୍କର ମୂଳ କମ୍ପାନୀ ଏସଭିବି ଫାଇନାନ୍ସିଆଲ ଗ୍ରୁପର ସେୟାର ଭେଲ୍ୟୁ ପାଖାପାଖି ୬୦ପ୍ରତିଶତ ହ୍ରାସ ପାଇଥିଲା। ତେବେ ପ୍ୟାରେଣ୍ଟ କମ୍ପାନୀ ଏସଭିବି ଫାଇନାନ୍ସିଆଲ ଗ୍ରୁପ ନିଜର ପୋର୍ଟଫୋଲିଓରୁ ୨୧ ବିଲିୟନ ଡଲାର ସିକ୍ୟୁରିଟି ବିକ୍ରି ଘୋଷଣା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। କମ୍ପାନୀ ସୂଚନା ଅନୁଯାୟୀ ଆର୍ଥିକ ସ୍ଥିତି ମଜବୁତ କରିବା ପାଇଁ ୨.୨୫ବିଲିୟନ ଡଲାର ମୂଲ୍ୟର ସେୟାର ବିକ୍ରି କରାଯାଉଛି। ସୂଚନା ଅନୁଯାୟୀ ଗତ ଦୁଇ ଦିନ ମଧ୍ୟରେ ଆମେରିକୀୟ ବ୍ୟାଙ୍କ ଗୁଡିକର ଷ୍ଟକ ମାର୍କଟରେ ୧୦୦ଅରବ ଡଲାରର କ୍ଷତି ହୋଇଛି। ଯାହା ଗଭୀର ଭାବେ ଏସଭିବିକୁ ପ୍ରଭାବିତ କରିଛି।

ତେବେ ଆମେରିକା କାର୍ଲିଫର୍ଣ୍ଣିଆରେ ଥିବା ଏହି ଘରୋଇ ବ୍ୟାଙ୍କ ବୁଡିଯିବା ପରେ ଭାରତ ସମେତ ସାରା ବିଶ୍ୱର ସେୟାର ବଜାର ପ୍ରଭାବିତ ହୋଇଛି। ବିଶେଷକରି ବିଶ୍ୱ ବ୍ୟାଙ୍କିଙ୍ଗ୍ ସେକ୍ଟରରେ ସେୟାର ମୂଲ୍ୟ ତଳକୁ ଖସିଯାଇଛି। ଆମେରିକାର ପ୍ରମୁଖ ବ୍ୟାଙ୍କ ୱେଲ୍ସ ଫାର୍ଗୋ ଏବଂ ଜେପି ମୋର୍ଗାନର ସେୟାର ଭେଲ୍ୟୁ ୫ପ୍ରତିଶତ ହ୍ରାସ ପାଇଛି। ଯାହାଦ୍ବାରା ମାର୍କେଟ କ୍ୟାପ ୮୦ବିଲିୟନ ଡଲାରରୁ ଅଧିକ ହ୍ରାସ ହୋଇଛି। କେବଳ ଏତିକି ନୁହେଁ ଏହାଦ୍ବାରା ଏସୀୟ ଦେଶର ବ୍ୟାଙ୍କଗୁଡିକର ଅଂଶଧନ ହ୍ରାସ ପାଇଛି।

୨୯ ସେପ୍ଟେମ୍ବର ୨୦୦୮ରେ ଆମେରିକାର ବଜାର ଖୋଲିଲା, ସେତେବେଳେ ଷ୍ଟକ ହ୍ରାସର ସବୁ ରେକର୍ଡ ଭାଙ୍ଗି ଯାଇଥିଲା। ଗୋଟିଏ ଦିନରେ ପ୍ରାୟ ୧.୨ ଟ୍ରିଲିୟନ ଡଲାର ସଫା ହୋଇଯାଇଥିଲା। ଯାହା ସେହି ସମୟରେ ଭାରତର ମୋଟ ଜିଡିପି ସହ ସମାନ ଥିଲା। ତେବେ ଏହା ପୂର୍ବରୁ ୧୯୮୭ରେ ଆମେରିକା ବଜାରରେ ଏତେ ବଡ ଦେଖିବାକୁ ମିଳିଥିଲା। ମାର୍କେଟର ହେଭିୱେଟ କମ୍ପାନୀ ଆପଲର ୧୮%, ସିଟିଗ୍ରୁପର ୧୨%, ଓ ଜେପି ମୋର୍ଗାନର ୧୫ %  ହ୍ରାସ ପାଇଥିଲା। ତେବେ ଏହି ଆର୍ଥିକ ଅବନତି କାରଣ ପଛରେ ଲେହମାନ ବ୍ରଦର୍ସ ସବୁଠାରୁ ବଡ କାରଣ ଥିଲା। ତେବେ ୨୦୦୨ରୁ ୨୦୦୪ ମସିହାରେ ହୋମ ଲୋନ ଶସ୍ତା ଓ ସହଜରେ ମିଳୁଥିବାରୁ ପ୍ରପର୍ଟି ଚାହିଦା ବଢିବାରେ ଲାଗିଥିଲା। ତେବେ ଏହି ଅଭିବୃଦ୍ଧିକୁ ଲକ୍ଷ୍ୟ କରି ଲେହମେନ ଲୋନ ଦେଉଥିବା ୫ଟି କମ୍ପାନୀକୁ କିଣିଥିଲା। ମାତ୍ର ଅଧିକ ମୂଲ୍ୟ ହେତୁ ଚାହିଦା କମିବାରେ ଲାଗିଲା। ଯାହାଦ୍ବାରା ୨୦୦୮ ମସିହାରେ ସବୁଠୁ ବଡ ଲୋନ କମ୍ପାନୀ ବିଅର ଷ୍ଟନର୍ସ ବୁଡି ଯାଇଥିଲା। ପରବର୍ତ୍ତୀ ସମୟରେ ଲେହମନର ସେୟାର ୪୮ପ୍ରତିଶତ ହ୍ରାସ ପାଇଥିଲା। ଏହାପରେ ସେପ୍ଟେମ୍ବର ୧୫ରେ ଲେହମେନକୁ ଦେବାଳିଆ ଘୋଷଣା କରାଯାଇଥିଲା। ଏବଂ ଏହାର ଠିକ ୧୪ଦିନ ପରେ ଆମେରିକୀୟ ମାର୍କେଟରେ ହଇଚଇ ସୃଷ୍ଟି ହୋଇଥିଲା।

ବଡ ବଡ ଟେକ୍ନୋଲୋଜି ଷ୍ଟାଟଅପ ଗୁଡିକୁ ଋଣ ପ୍ରଦାନ କରି ଚର୍ଚ୍ଚାକୁ ଆସିଥିବା ଆମେରିକାର ସିଲିକନ ଭ୍ୟାଲି ବ୍ୟାଙ୍କ ଶୁକ୍ରବାର ସବୁଦିନ ପାଇଁ ବନ୍ଦ ହୋଇଯାଇଛି। ବ୍ୟାଙ୍କ ବନ୍ଦ ହେବା ଯୋଗୁ ସାରା ବିଶ୍ୱର ନିଜର ବ୍ରାଂଚ ଖୋଲିଥିବା ଏହି ବ୍ୟାଙ୍କର ପ୍ରାୟ ୧୭ ହଜାର ୫୦୦ କୋଟି ଗ୍ରାହକ ଚିନ୍ତାରେ ପଡିଯାଇଛନ୍ତି । ୨୦୦୮ ମସିହା ପରଠୁ ବ୍ୟାଙ୍କିଙ୍ଗ୍ ସେକ୍ଟରରେ ଏହା ବଡ ବିଫଳତା ବୋଲି କୁହଯାଉଛି। କାର୍ଲିଫର୍ଣ୍ଣିଆର ଡିପାର୍ଟମେଣ୍ଟ  ଅଫ ଫାଇନାନ୍ସିଆଲ ପ୍ରୋଟେକ୍ସନ ଆଣ୍ଡ ଇନୋଭେସନ ଏସଭିବିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମୀକ୍ଷା ପଲେଇଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *