ଲଣ୍ଡନରେ ଛୁରାମାଡ

Spread the love

ଲଣ୍ଡନ: ପ୍ରଥମେ ମେକ୍ସିକୋ, ପରେ ଥାଇଲାଣ୍ଡ ତା ପରେ ଲଣ୍ଡନରୁ ଆସିଛି ପ୍ରାଣଘାତୀ ଆକ୍ରମଣ ଖବର। ଲଣ୍ଡନରେ ଦିବାଲୋକରେ ଛୁରାମାଡ ଖବର ରହିଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ସେଣ୍ଟ୍ରାଲ ଲଣ୍ଡନର ଲିବରପୁଲ ଷ୍ଟ୍ରିଟ ଷ୍ଟେସନ ନିକଟରେ ଦୁର୍ବୃତ୍ତର ଛୁରା ମାଡରେ ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଆକ୍ରମଣକାରୀ ଚୋରି କରିବାକୁ ଆସିଥିଲା। ସେ ଫୋନ ଛଡାଇବାକୁ ଚେଷ୍ଟା କରୁଥିଲା ଓ ଏହାକୁ ନେଇ ଟଣା ଓଟରା ବେଳେ ସେ ଛୁରାମାଡ କରିଥିଲା। ଏହି ଛୁରାମାଡରେ ୩ ଜଣ ଆହତ ହୋଇଛନ୍ତି। ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛି ଓ ପୁଲିସ ତାକୁ ଧରିବାକୁ ଜାଲ ବିଛାଇଛି।

ଏହା ପୂର୍ବରୁ ଥାଇଲାଣ୍ଡର ଉତ୍ତର ପୂର୍ବାଞ୍ଚଳରେ ପିଲାଙ୍କ ପାଇଁ ଥିବା ଏକ ଡେ କେୟାର ସେଣ୍ଟରରେ ଆଖିବୁଜା ଗୁଳିମାଡ ହୋଇଥିଲା। ଏହି ଗୁଳିମାଡରେ ୩୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨୨ ଛୋଟ ଛୁଆ ରହିଛନ୍ତି। ଜଣେ ପୂର୍ବତନ ପୁଲିସ ଅଧିକାରୀ ଏପରି ଜଘନ୍ୟ କାଣ୍ଡ ଭିଆଇଥିବା ଜଣାପଡିଛି। ଅଭିଯୁକ୍ତକୁ ଧରିବାକୁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି।

ସେହିପରି ମେକ୍ସିକୋରେ ଆଖିବୁଜା ଗୁଳିମାଡ଼ରେ ୧୮ ଲୋକଙ୍କ ମୃତ୍ୟୁ ହୋଇଛି। ମେକ୍ସିକୋର ସିଟି ହଲରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ମେୟରଙ୍କ ସମେତ ୧୮ ଲୋକ ଟଳି ପଡ଼ିଛନ୍ତି। ଗୁଳିକାଣ୍ଡ ପଛର କାରଣ ଖୋଜିବା ସହ ଦୁର୍ବୃତ୍ତକୁ ଧରିବାକୁ ପୁଲିସ ତନାଘନା ଜାରି ରଖିଛି।

Leave a Reply

Your email address will not be published. Required fields are marked *