ସ୍ବିଡେନର ସମୁଦ୍ର ତଟରେ ଅଗ୍ନିକାଣ୍ଡ

Spread the love

ସ୍ବିଡେନର ସମୁଦ୍ର ତଟରେ ଅଗ୍ନିକାଣ୍ଡ। ୩୦୦ ଲୋକ ଥିବା ଏକ ସାମୁଦ୍ରିକ ଜାହାଜରେ ନିଆଁ ଲାଗିଯାଇଛି। ଜାହାଜର କାର ଡେକରେ ନିଆଁ ଲାଗିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ୭ଟି ଜାହାଜ ଓ ହେଲିକପ୍ଟର ବ୍ୟବହାର ହୋଇଥିବା ସ୍ବିଡେନ ତଟରକ୍ଷୀ କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ବିଡେନର ଦକ୍ଷିଣ ପୂର୍ବ ତଟବର୍ତ୍ତୀ ଗୋଟସ୍କା ସାଣ୍ଡୋନରେ ଠିଆହୋଇଥିବା ଷ୍ଟେନା ସ୍କାଣ୍ଡିକା ଜାହାଜରେ ଅଗ୍ନିକାଣ୍ଡ ହୋଇଥିଲା। ଏହି ଦୁର୍ଘଟଣାରେ କେହି ହତାହତ ହୋଇନଥିବା ସୂଚନା ରହିଛି।  ନିଆଁକୁ ଆୟତ୍ତ କରାଯାଇଛି ବୋଲି ତଟରକ୍ଷୀ ପ୍ରବକ୍ତା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *