ନ୍ୟୁୟର୍କରେ ପ୍ରକୃତିର କୋପ

Spread the love

ନ୍ୟୁୟର୍କ: ନ୍ୟୁୟର୍କରେ ପ୍ରକୃତିର କୋପ। -45ଡିଗ୍ରୀ ଖସିଲା ପାରଦ । ଜରୁରୀ କାଳିନ ପରିସ୍ଥିତି ଘୋଷଣା କଲେ ସରକାର। ଆମେରିକାର ପଶ୍ଚିମ ରାଜ୍ୟ ମେଁଟାନାରେ ଶୁକ୍ରବାର ତାପମାତ୍ରା -୪୫ଡିଗ୍ରୀ ତଳକୁ ଖସିଛି । ଚକ୍ରବାତ ତୋଫାନ କାରଣରୁ ମଧ୍ୟ ରାଜ୍ୟଗୁଡିକରେ ତାପମାତ୍ରା ଆଶାତୀତ ଭାବେ ତଳକୁ ଖସିଛି   ।

ପାଣିପାଗ ବିଭାଗର ସୂଚନା ମୁତାବକ ଆୟୋବା, ମୋଇନେସ ଭଳି ସ୍ଥାନରେ ତାପମାତ୍ରା -୩୭ ଡିଗ୍ରୀ ଫାରେନହାଇଟ ରହିଛି । ଯାହା ମାତ୍ର ୫ ମିନିଟରେ ଗରମପାଣିକୁ ବରଫ କରିଦେବ । ସେପଟେ ୧୦ ଲକ୍ଷରୁ ଅଧିକ ଲୋକ ଏବେ ବ୍ଲାକଆଉଟରେ ରହିଛନ୍ତି । ଏହାସହ ପ୍ରତିକୂଳ ପାଗ ଯୋଗୁଁ ୩ ହଜାରରୁ ଅଧିକ ବିମାନ ଉଡାଣ ଉପରେ କଟକଣା ଲଗାଯାଇଛି । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଶୁକ୍ରବାର ହୋଇଥିବା ଚକ୍ରବାତ କାରଣରୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି ।

ସେପଟେ ପ୍ରଶାସନ ତରଫରୁ ଲୋକମାନଙ୍କୁ ଘରୁ ନବାହାରିବାକୁ ଅନୁରୋଧ କରାଯାଇଛି । ଅନ୍ୟପଟେ ନ୍ୟୁୟର୍କ ରାଜ୍ୟପାଳ ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ରାଜ୍ୟପାଳ କୈଥୀ ହୋଚୁଲା କହିଛନ୍ତି କି ଏବେ ରାଜ୍ୟସାରା ବରଫର ବନ୍ୟାଭଳି ସ୍ଥିତି ରହିଛି । ରାଜ୍ୟର କିଛି ଅଞ୍ଚଳରେ ବର୍ଷା ବି ଜାରୀ ରହିଛି । ତାପମାତ୍ର ସର୍ବାଧିକ କମ ରହିଥିବାରୁ ଏହି ବର୍ଷାଜଳ ବରଫରେ ପରିଣତ ହେଉଛି ।

ସଂଯୁକ୍ତ ରାଷ୍ଟ୍ର ଆମେରିକାରେ ଲକ୍ଷ ଲକ୍ଷ ଲୋକ ଏବେ ଶୀତରେ ପ୍ରଭାବିତ ହୋଇଛନ୍ତି । ଖ୍ରୀଷ୍ଟମାସ ପାଇଁ ଲୋକମାନେ ଅନେକ କିଛି ଯୋଜନା କରିଥିବା ବେଳେ ଅତ୍ୟାଧିକ ଶୀତ ପାଇଁ ସେମାନେ ଏବେ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି । ବମ୍ ଚକ୍ରବାତ କାରଣରୁ ୧୪ ଲକ୍ଷରୁ ଅଧିକ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ପ୍ରଭାବିତ ହୋଇଛି । ଏହାର କାରଣ ଭାବେ ବ୍ଲାକଆଉଟ , ବିଜୁଳି ଯୋଗାଣ ବାଧାପ୍ରାପ୍ତ ଓ ତାପମାତ୍ରା ଖସିବାକୁ ଦର୍ଶାଯାଇଛି ।

Leave a Reply

Your email address will not be published. Required fields are marked *