ବସ୍‌ ହେବ ତ ଏମିତି

ଅନେକ ସ୍ଥାନରେ ଆମେ ଦେଖିଥାଉ ଅଫିସରେ କର୍ମଚାରୀମାନେ କାମ କରିଥାନ୍ତି। କେବଳ ସପ୍ତାହକୁ ଗୋଟେ ଦିନ କର୍ମଚାରୀଙ୍କୁ ଛୁଟି ମିଳିଥାଏ। ଏବଂ ଯଦି କେହି କର୍ମଚାରୀ ନିଜସ୍ୱ କାମରେ ରହିଯାଇଥାନ୍ତି ଏବଂ ଅଫିସ ନଯାଇ ପାରନ୍ତି ତେବେ ତାଙ୍କ ଦରମାରୁ ଟଙ୍କା କଟାଯାଇଥାଏ। କିନ୍ତୁ ଏଭଳି ଏକ କମ୍ପାନୀ ରହିଛି ଯାହାର ବସ୍ ନିଜ ଆଡୁ କର୍ମଚାରୀମାନଙ୍କୁ ଛୁଟି ଦେଇ ବୁଲେଇବା ପାଇଁ ନେଇଥାନ୍ତି। ଛୁଟି ଦିନର ଦରମା ମଧ୍ୟ ତାଙ୍କୁ ମିଳିଥାଏ। ହଁ କଥାଟି ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏହା ସତ୍ୟ। ଏମିତି ବସ୍ ଅଛନ୍ତି।

ଏମିତି ଏକ କମ୍ପାନୀର ବସ୍ ଅଛନ୍ତି ସେ ତାଙ୍କ କର୍ମଚାରୀମାନଙ୍କୁ କାମ ଦିନରେ ହଲିଡେ ରେ ନେଇଛନ୍ତି। ସେ ନିଜେ କର୍ମଚାରୀଙ୍କ ପାଇଁ ହଲିଡେର ସମସ୍ତ ବ୍ୟବସ୍ଥା କରିବା ସହିତ ହଲିଡେର ସମସ୍ତ ଖର୍ଚ୍ଚ ମଧ୍ୟ ଉଠାଇଥାନ୍ତି। ଏହି ଯାତ୍ରା ସମୟରେ କର୍ମଚାରୀମାନଙ୍କୁ ବିଳାସପୂର୍ଣ୍ଣ ସୁବିଧା ମଧ୍ୟ ଯୋଗାଇଦେଇଥାନ୍ତି। କର୍ମଚାରୀମାନେ ଏହି ସୁବିଧାର ଉପଭୋଗ କରିବା ସହିତ ଅଫିସର କାମ ମଧ୍ୟ କରିଥାନ୍ତି। ସେ ଏହି ଯାତ୍ରାକୁ ୱାର୍କିଂ ହଲିଡେ ନାମ ଦେଇଛନ୍ତି। ଅର୍ଥାତ୍ କାମ ହେଉଛି ତାସହ ଛୁଟି ମଧ୍ୟ ଉପଭୋଗ ହେଉଛି।

ସିଡନୀ ବେଷ୍ଡ ମାର୍କେଟିଂ ଫାର୍ମ ସୁପ ଏଜେନ୍ସିର ବସ୍ ଜଣେ ବସ୍ ତାଙ୍କର ସମସ୍ତ କର୍ମଚାରୀଙ୍କୁ ଇଣ୍ଡୋନେସିଆର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ବୁଲେଇବା ପାଇଁ ନେଇଥିଲେ। ସେଠାରେ କର୍ମଚାରୀଙ୍କ ପାଇଁ ବିଳାସପୂର୍ଣ୍ଣ ଭିଲ୍ଲାରେ ଏସବୁ ବ୍ୟବସ୍ଥା କରିଥିଲେ।  ବାଇକ ରାଇଡିଙ୍ଗ୍, ସୁଇମିଙ୍ଗ୍ ଏପରି ଅନେକ ପ୍ରକାରର କାର୍ଯ୍ୟକୁ ଉପଭୋଗ କରିଥିଲେ କର୍ମଚାରୀ। ଏକେବଳ ଏହି ଥରଟି ନୁହେଁ, ବସ ପ୍ରତିବର୍ଷ ଏହିପରି କରିଥାନ୍ତି ନିଜ କର୍ମଚାରୀଙ୍କୁ ଖୁସି କରିବାକୁ।  ବସଙ୍କ ଏପରି ମହାନତାକୁ ଦେଖି କର୍ମଚାରୀମାନେ ମଧ୍ୟ ବସ୍‌ଙ୍କ ପ୍ରତି ଦେଖାଇଥାନ୍ତି ଆନୁଗତ୍ୟ ଓ ଫୁଲ ଜୋସର ସହିତ କାର୍ଯ୍ୟ କରନ୍ତି।

ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *