କ୍ୟାପିଟାଲ ହିଲ ହିଂସା: ଟ୍ରମ୍ପ ଦାୟୀ

Spread the love

ୱାସିଂଟନ: ଆମେରିକାରର କ୍ୟାପିଟାଲ ହିଲ ହିଂସା ମାମଲାରେ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଦାୟୀ କରିଛି ତଦନ୍ତକାରୀ କମିଟି। ବୁଧବାର ତଦନ୍ତକାରୀ କମିଟିର ଚୂଡାନ୍ତ ରିପୋର୍ଟ ପ୍ରକାଶ ପାଇବ।

ଏହି ମାମଲାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ କମିଟି ସୋମବାର ଏହାର ଅନ୍ତିମ ଶୁଣାଣି କରିଥିଲା। କମିଟିର ଉପାଧ୍ୟକ୍ଷ ଲିଜ୍ ଚେନି କହିଛନ୍ତି, ଏହି ମାମଲାରେ ଯେଉଁ ସବୁ ପ୍ରମାଣ ମିଳିଛି ତାହା ଟ୍ରମ୍ପଙ୍କ ଦ୍ୱାରା ହୋଇଥିବା ନୈତିକ ବିଫଳତା ଆଡକୁ ଇସାରା କରୁଛି। ଏହି ଘଟଣା ପାଇଁ ଡୋନାଲ୍ଡ ଟ୍ରମ୍ପ ହିଁ ଦାୟୀ। ହିଂସା ଘଟୁଥିବା ବେଳେ ସେ କାହିଁକି ହସ୍ତକ୍ଷେପ କଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ସୋମବାର ଏହି ମାମଲାରେ ତଦନ୍ତ କମିଟିର ଶେଷ ସର୍ବସାଧାରଣ ଅଧିବେଶନ ଆୟୋଜିତ ହୋଇଥିଲା। ଶୁଣାଣିରେ କ୍ୟାପିଟାଲ ହିଲ୍‌ରେ ହୋଇଥିବା ହିଂସାରେ ଟ୍ରମ୍ପଙ୍କ ଭୂମିକାକୁ ନେଇ କମିଟି ବିସ୍ତୃତ ଯାଞ୍ଚର ଅନ୍ତିମ ରିପୋର୍ଟ ରଖିଥିଲା। ସେପଟେ ଏହି ଘଟଣାକୁ ନେଇ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ତାଙ୍କୁ ଫସାଇ ଦିଆଯାଇଛି। ତାଙ୍କ ବିରୋଧରେ ମିଛ ଅଭିଯୋଗ ହୋଇଛି। ହ୍ୱାଇଟ୍ ହାଉସର ରେସ୍‌ରୁ ତାଙ୍କୁ ବାହାର କରିବାକୁ ସାଂସଦମାନେ ଷଡଯନ୍ତ୍ର କରିଥିବା ଅଭିଯୋଗ ଆଣିଛନ୍ତି ଟ୍ରମ୍ପ।

ସୂଚନାଯୋଗ୍ୟ,  ୨୦୨୧ ଜାନୁଆରୀ ୬ ରେ ୱାଶିଂଟନ୍ ଡିସିର କ୍ୟାପିଟାଲ ହିଲରେ ଟ୍ରମ୍ପ ସମର୍ଥକମାନେ ଜମା ହୋଇ ରାଷ୍ଟ୍ରପତି ନିର୍ବାଚନରେ ଚଞ୍ଚକତା ଅଭିଯୋଗ ଆଣି ବ୍ୟାପକ ବଙ୍ଗାରୁଜା କରିଥିଲେ। ଏହି ଘଟଣାରେ ପୁଲିସ ସମେତ ଅନେକ ଲୋକ ଆହତ ହୋଇଥିଲେ।

Leave a Reply

Your email address will not be published. Required fields are marked *