ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ: ଲିଜ୍ ଟ୍ରସଙ୍କ ବାଜିମାତ୍

Spread the love

 ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପଛରେ ପକାଇ ପୂର୍ବତନ ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସ ବାଜି ମାରିଛନ୍ତି।  ଟ୍ରସ ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହା ପୂର୍ବରୁ ମାର୍ଗାରେଟ୍ ଥେରର ଓ ଥେରେସା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। ବ୍ରିଟେନ୍‌ର ନୂତନ ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା କରିଛନ୍ତି ସାର୍ ଗ୍ରାହାମ୍ ବ୍ରାଡି।

୨ ମାସ ଧରି ଚାଲିଥିବା ପ୍ରଧାନମନ୍ତ୍ରୀ ଦୌଡରେ ପ୍ରଥମରୁ ଋଷି ଆଗରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଟ୍ରସ ରହିଆସୁଥିଲେ। ସେ ଋଷି ସୁନକଙ୍କୁ ଦେଇଥିଲେ କଡା ଟକ୍କର। ଟ୍ରସଙ୍କୁ ନିର୍ବାଚନରେ ୮୧,୩୨୬ଟି ଭୋଟ ମିଳିଥିବା ବେଳେ ସୁନକଙ୍କୁ ମିଳିଛି ୬୦,୩୯୯ଟି ଭୋଟ । ନିର୍ବାଚନରେ କଞ୍ଜରଭେଟିଭ୍‌ ଦଳର ପ୍ରାୟ ୧ ଲକ୍ଷ ୬୦ ହଜାରରୁ ଅଧିକ ସଦସ୍ୟ ଭୋଟ ଦେଇଥିଲେ।

ଲିଜ୍ ଟ୍ରସଙ୍କ ପୂରା ନାଁ ହେଉଛି ମେରି ଏଲିଜାବେଥ ଟ୍ରସ୍। ୨୬ ଜୁଲାଇ, ୧୯୭୫ରେ ଇଂଲଣ୍ଡର ଅକ୍ସଫୋର୍ଡରେ ସେ ଜନ୍ମ ଗ୍ରହଣ କରିଥିଲେ।  ଟ୍ରସ୍ ଗତ ୨୦୨୧ରୁ ବ୍ରିଟେନର ବିଦେଶ, ରାଜ୍ୟଗୋଷ୍ଠୀ ଓ ଉନ୍ନୟନ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ।

ଚଳିତ ବର୍ଷ ଜୁଲାଇରେ ବୋରିସ ଜନସନ୍‌ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୂଆ ପ୍ରଧାନମନ୍ତ୍ରୀ ଚୟନ ଆରମ୍ଭ ହୋଇଥିଲା।

Leave a Reply

Your email address will not be published. Required fields are marked *