ଲଣ୍ଡନରେ ଭାରତୀୟ ପତାକା ଖସାଇବାକୁ ନିନ୍ଦା

Spread the love

ନୂଆଦିଲ୍ଲୀ: ଲଣ୍ଡନ ଦୂତାବାସରେ ଏକ ଗୋଷ୍ଠୀ ଖାଲିସ୍ଥାନୀ ସପକ୍ଷରେ ନାରାବାଜି କରିବା ସହ ସେଠାରେ ଥିବା ଭାରତ ପତାକା ଖସାଇବାର କିଛି ସମୟ ପରେ ଭାରତ ସରକାର ପକ୍ଷରୁ ରବିବାର ୟୁକେର ବରିଷ୍ଠ କୂଟନୀତିଜ୍ଞଙ୍କୁ ସମନ କରିବା ସହ ଏହାକୁ କଠୋର ବିରୋଧ କରିଛି। ସେପଟେ ଘଟଣାକୁ ଭାରତର ବ୍ରିଟିଶ  ରାଜଦୂତ ନିନ୍ଦା କରିଛନ୍ତି। ସେ ଟ୍ବିଟ କରି ଉଲ୍ଲେଖ କରିଛନ୍ତି କି, ଆଜି ଏକ ଗୋଷ୍ଠୀ ଦ୍ବାରା ସଂଗଠିତ ଏହି ଅପମାନଜନକ କାର୍ଯ୍ୟକୁ ନିନ୍ଦା କରୁଛି ଓ ଲଣ୍ଡନସ୍ଥିତ ଭାରତୀୟ ଦୂତାବାସ ପରିସରରେ ଘଟିଥିବା କାର୍ଯ୍ୟ ଅଗ୍ରହଣୀୟ।

ଏହାକୁ ନେଇ ନୂଆଦିଲ୍ଲୀରେ ଅବସ୍ଥାପିତ ୟୁକେ ରାଜଦୂତ ଙ୍କୁ ଭାରତର ବେଦେଶ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସମନ କରାଯାଇଛି। ଏହି କାର୍ଯ୍ୟକୁ ନେଇ ସରକାର ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯିବା ସହ କଠୋର ବିରୋଧ କରାଯାଇଛି। ଏଥିସହ ସେଠାରେ ବ୍ରିଟିଶ ସୁରକ୍ଷା ବ୍ୟବସ୍ଥାରେ କୋହଳ ପାଇଁ ଏହି ଅପରାଧିକ ତତ୍ବ ସେଠାରେ ନିଜ ଉପସ୍ଥିତି ଜାହିର କରିବା ସମ୍ବନ୍ଧରେ ଜବାବ ତଲବ ମଧ୍ୟ କରାଯାଇଛି। ୟୁକେ ଦୂତାବାସ ପରିସର ଓ କର୍ମକର୍ତ୍ତାଙ୍କ ପ୍ରତି ସେଠାକାର ସରକାରର ଉଦାସୀନତା ଗ୍ରହଣୀୟ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହା ଉପରେ ୟୁକେ ସରକାର ତୁରନ୍ତ ପଦକ୍ଷେପ ନେବା ବୋଲି ଆଶାରଖିଛି ଭାରତ।

Leave a Reply

Your email address will not be published. Required fields are marked *