ଭେନସ ଅରବିଟର ମିଶନ୍ -VOMକୁ କ୍ୟାବିନେଟ୍ ମଞ୍ଜୁରୀ

ଚନ୍ଦ୍ର,ମଙ୍ଗଳ ପରେ ଶୁକ୍ରଗ୍ରହ ସମ୍ପର୍କରେ ଅନୁଧ୍ୟାନ ନିମନ୍ତେ ଆବଶ୍ୟକ ଅଭିଯାନ କରିବା ଲାଗି କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛି। ମହାଜାଗତିକ କ୍ଷେତ୍ରରେ ଅଧିକ ଗବେଷଣା ଲାଗି ଇସ୍ରୋ ପକ୍ଷରୁ ଭେନସ ଅର୍ବିଟ ମିଶନ (ଭିଓଏମ୍‌) ପାଇଁ ପ୍ରସ୍ତାବ ଦିଆଯାଇଥିବାବେଳେ ଏହାକୁ ସରକାର ଅନୁମୋଦନ କରିଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ବାଜିଛି। ୨୦୨୮ ମାର୍ଚ୍ଚରେ ଏହି ଅଭିଯାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅଭିଯାନରେ ଶୁକ୍ରଗ୍ରହର ବାୟୁମଣ୍ଡଳ, ଭୂତତ୍ତ୍ବକୁ ଅନୁଧ୍ୟାନ ସହିତ ଅନ୍ୟାନ୍ୟ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରାଯିବ। ଶୁକ୍ର ଆମର ପଡୋଶୀ ଉପଗ୍ରହ ହୋଇଥିବାରୁ ଏଠାରେ ପୃଥିବୀ ଗ୍ରହ ଭଳି ଅନୁରୂପ ପରିବେଶ ରହିଥିବା ଅନୁମାନ କରାଯାଉଛି। ଇସ୍ରୋର ଯୋଜନା ଅନୁଯାୟୀ ଶୁକ୍ର ଗ୍ରହର କକ୍ଷ ପଥକୁ ଏକ ମହାକାଶଯାନ ପଠାଯିବ। ଏହା ଶୁକ୍ରଗ୍ରହକୁ ପରିକ୍ରମଣ କରିବା ପୂର୍ବକ ବିଭିନ୍ନ ତଥ୍ୟ ସଂଗ୍ରହ କରିବ। ଏହି ଅଭିଯାନ ପାଇଁ ମୋଟ ୧୨୩୬ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଏଥିରୁ ୮୨୪ କୋଟି ଟଙ୍କାରେ ମହାକାଶଯାନ ଓ ଉତ୍‌କ୍ଷେପଣ ଯାନ ତିଆରି କରାଯିବ। ଏହି ଅଭିଯାନରେ ଇସ୍ରୋ ସହିତ ଭାରତର ଶିଳ୍ପ ଓ ଶିକ୍ଷା ପ୍ରତିଷ୍ଠାନଗୁଡିକ ବିଶେଷ ଭୂମିକା ନିର୍ବାହ କରିବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *