ଅଶାନ୍ତ ପେରୁ, ୧୬ ଜଣଙ୍କ ମୃତ୍ୟୁ

Spread the love

ନୂଆଦିଲ୍ଲୀ: ପେରୁରେ ଅସ୍ଥିରତା। ରାଷ୍ଟ୍ରପତି ପଦରୁ ପେଡ୍ରୋ କେଷ୍ଟିଲୋଙ୍କୁ ହଟାଇ ଗିରଫ କରାଯିବା ପରେ ଲଗାତର ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀ ଓ  ସେନା ମଧ୍ୟରେ ହୋଇଥିବା ମୁହାଁମୁହଁ ପରିସ୍ଥିତି ପାଇଁ ଏପର୍ଯ୍ୟନ୍ତ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। ଡିସେମ୍ବର ୧୫ ତାରିଖ ଦିନ ପେରୁର ଅୟାଚୁଚୋରେ ହୋଇଥିବା ମୁହାଁମୁହିଁ ପରିସ୍ଥିତିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୨ ଜଣ ଆହତ ହୋଇଥିଲେ। ସେହିପରି ଶୁକ୍ରବାର ପ୍ରଦର୍ଶନ ଉଗ୍ର ହେବାରୁ  ସେନା ପ୍ରଦର୍ଶନକାରୀଙ୍କୁ କାବୁ କରିବା ବେଳେ ମଧ୍ୟ ବହୁ ଲୋକଙ୍କ ମୃତ୍ୟୁ ହୋଇଛି।

ପେରୁରେ ଅଧିକାଠ ଦଳ ରାଷ୍ଟ୍ରପତି ପେଡ୍ରୋ କେଷ୍ଟିଲୋଙ୍କ ବିରୋଧ କରୁଥିଲେ। ହଠାତ୍ ବୁଧବାର ଦିନ ରାଷ୍ଟ୍ରପତି ନାଟକୀୟ ଶୈଳୀରେ ଜରୁରୀକାଳୀନ ପରିସ୍ଥିତିର ଘୋଷଣା କରିଥିଲେ।  ସେ ଘୋଷଣା କରିଥିଲେ କି, ସେ ବିପକ୍ଷ ମେଣ୍ଟକୁ ଭଙ୍ଗ କରିଦେବେ। ଏହି ଘୋଷଣା ପରେ ସରକାରରୁ ବହୁ ମନ୍ତ୍ରୀ ବିରୋଧ ପ୍ରଦର୍ଶନ ପୂର୍ବକ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ। ରାଷ୍ଟ୍ରପତିଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତିକୁ ଭୁଲ ଦର୍ଶାଇ ନିଜ ନିଷ୍ପତ୍ତିକୁ ଫେରାଇ ନେବାକୁ ସମ୍ବିଧାନିକ ଅଦାଲତ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ କେଷ୍ଟିଲୋ ନିଜ ନିଷ୍ପତ୍ତିରୁ ଓହରି ନ ଥିଲେ। ଫଳରେ ବିରୋଧୀ ମେଣ୍ଟ ଜରୁରୀକାଳୀନ ବୈଠକ ଡକାଇ ତାଙ୍କ ବିରୋଧରେ ମହାଭିଯୋଗ ଆଣିବା ସହ ତାଙ୍କୁ ଗାଦିଚ୍ୟୁତ କରି ଗିରଫ କରିଥିଲେ।

ସ୍ଥାନୀୟ ରିପୋର୍ଟ ମୁତାବକ, ଆୟାଚୁଚୀର ବିମାନ ବନ୍ଦରର ରନୱେରେ ବହୁ ପ୍ରଦର୍ଶନକାରୀଙ୍କ ଭିଡ ପରେ ସେନା ପକ୍ଷରୁ ଲୁହ ବୁହା ଗ୍ୟାସ ସହ ବାୟୁରେ ଗୁଳିଚାଳନା କରାଯାଇଥିଲା।  ପ୍ରଦର୍ଶନକାରୀ ମୁଖ୍ୟ ସଡକ ଅବରୋଧ କରିଥିଲେ ଓ ପ୍ରଦର୍ଶନର ଉଗ୍ରତାକୁ ନେଇ ୫ଟି ବିମାନ ଉଡାଣକୁ ରଦ୍ଦ କରିବାକୁ ହୋଇଥିଲା। ପେରୁର ଲୋକପାଳ କାର୍ଯ୍ୟାଳୟର ପ୍ରମୁଖ ଇଲିୟାନା ରେବୋଲର ସ୍ଥାନୀୟ ରେଡିୟା ଆରପିପିକୁ ସାକ୍ଷାତକାର ଦେଇ କହିଥିଲେ ଏପର୍ଯ୍ୟନ୍ତ ବିରୋଧପ୍ରଦର୍ଶନ କାଳରେ ୨୦ ଜଣଙ୍କ ମୃତ୍ୟୁ ହେବାର ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *