ଚୀନରେ ସଂକ୍ରମଣ ବୃଦ୍ଧି: ଚିନ୍ତାରେ ଡବ୍ଲୁଏଚଓ

Spread the love

ନୂଆଦିଲ୍ଲୀ: ଚୀନ୍‌ରେ ମହାମାରୀ କରୋନାର ପ୍ରତ୍ୟାବର୍ତ୍ତନ ପରେ ସାରା ବିଶ୍ବ ଆତଙ୍କିତ। ଚୀନ୍‌ରେ ହଜାର ହଜାର ଲୋକ ସଂକ୍ରମିତ ହୋଇ ମୃତ୍ୟୁବରଣ କରୁଛନ୍ତି। ଚୀନର ସ୍ଥିତିକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲୁଏଚ୍‌ଓ ଚିନ୍ତିତ।

ବୁଧବାର ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଟେଡ୍ରୋସ ଅଦନୋମ ଗେବ୍ରିୟେସସ ପୁଣିଥରେ ଚୀନ୍‌କୁ କରୋନା  ତଥ୍ୟ ମାଗିଛନ୍ତି। ଗେବ୍ରିୟେସସ କହିଛନ୍ତି,  ଚୀନ୍‌ରେ ବଢ଼ୁଥିବା ସଂକ୍ରମଣ ଚିନ୍ତାଜନକ। ଚୀନ ସରକାର ଜିରୋ କୋଭିଡ ପଲିସି ହଟାଇବା ପରେ କରୋନା ସଂକ୍ରମଣ ଅହେତୁକ ଭାବେ ବୃଦ୍ଧିପାଇବାରେ ଲାଗିଛି। ତେଣୁ ଚୀନ୍ ପୂରା ତଥ୍ୟ ସାର୍ବଜନୀନ କରିବା ଉଚିତ ବୋଲି କହିଛନ୍ତି ଗେବ୍ରିୟେସସ।

ଗେବ୍ରିୟେସସ ଆହୁରି କହିଛନ୍ତି, କୋଭିଡ-୧୯ ପରେ ସ୍ଥିତି ଏବେ ପର୍ଯ୍ୟନ୍ତ ଆମ ବୁଝିବା ବାହାରେ ରହିଛି। ସଂକ୍ରମଣରେ ପୀଡ଼ିତ ଲୋକଙ୍କର ଚିକିତ୍ସା ଦୀର୍ଘ ସମୟ ଧରି କେମିତି ଜାରି ରହିବ  ତାହା ବୁଝିବା ଶକ୍ତି ବାହାରେ। କିପରି ଏହି ମହାମାରୀର ଉତ୍ପତ୍ତି ହୋଇଛି, ତାର ଅନୁଧ୍ୟାନ ପାଇଁ ସଠିକ ଡାଟାର ଆଶ୍ୟକତା ରହିଛି। କୋଭିଡର ସମସ୍ତ ସଠିକ ଡାଟା ଦେବାକୁ ଚୀନ୍‌କୁ ଅନୁରୋଧ କରାଯାଇଥିବା କହିଛନ୍ତି ଡବ୍ଲୁଏଚଓ ମୁଖ୍ୟ।

ଯଦି କରୋନା ଉତ୍ପତ୍ତିର ସଠିକ କାରଣ ଜଣାପଡୁନି, ତେବେ ପୁଣି ମହାମାରୀ ସାରା ବିଶ୍ୱରେ ଆତଙ୍କ ଖେଳାଇବ ବୋଲି ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଆଶଙ୍କା ପ୍ରକଟ କରିଛନ୍ତି।

Leave a Reply

Your email address will not be published. Required fields are marked *