ଘାତକ ଭୂତାଣୁକୁ ଜୀବନ ଦେଲେ ବୈଜ୍ଞାନିକ

Spread the love

ନୂଆଦିଲ୍ଲୀ: ବିଶ୍ବ କରୋନା ଭୂତାଣୁ କବଳରୁ ମୁକ୍ତ ହୋଇ ନ ଥିବା ବେଳେ ଏବେ ନୂଆ ଏକ ଭୂତାଣୁର ଭୟ ସୃଷ୍ଟି ହେଲାଣି। ଗ୍ଲୋବାଲ ୱାର୍ମିଂ କାରଣରୁ ଦୁଇ ଡର୍ଜନରୁ ଅଧିକ ଭୂତାଣୁ ପୁନର୍ଜିବିତ ହୋଇଯାଇଛନ୍ତି। ପ୍ରାଚୀନ ପର୍ମାଫ୍ରାଷ୍ଟ ତରଳିବାରୁ ଏପରି ହୋଇଥିବା କୁହାଯାଉଛି। ଏକ ବରଫ ହ୍ରାଦ ତଳେ ୪୮,୫୦୦ ବର୍ଷରୁ ଜମିରହିଥିବା ଜାମ୍ବି ଭାଇରସ ଜୀଇଁ ଉଠିଛି। ଏହି ଭୂତାଣୁ ମନୁଷ୍ୟଙ୍କ ପାଇଁ ଘାତକ ହେବାର ଆଶଙ୍କା କରାଯାଉଛି।

ବ୍ଲୁମବର୍ଗର ଏକ ରିପୋର୍ଟ ମୁତାବକ, ୟୁରୋପୀୟ ଗବେଷକ ଋଷର ସାଇବେରିୟା ଅଞ୍ଚଳରେ ଥିବା ପର୍ମାଫ୍ରାଷ୍ଟରୁ ପ୍ରଚୀନ ନମୁନାର ଯାଞ୍ଚ କରିଥିଲେ। ରିପୋର୍ଟ ମୁତାବକ, ବୈଜ୍ଞାନିକମାନେ ୧୩ଟି ରୋଗନାସକ ଭୂତାଣୁର ବିଶେଷତା ଯାଞ୍ଚ କରିବା ବେଳେ ଜାମ୍ବି ଭାଇରସ ଜୀବନ ପାଇଯାଇଛି। ବୈଜ୍ଞାନିକଙ୍କ ଅନୁଯାୟୀ, ବହୁ ଶତାବ୍ଦୀରୁ ଏହି ଭୂତାଣୁ ଜମି ତଳେ ବରଫ ଭିତରେ ଚାପି ହୋଇରହିବା ସତ୍ତ୍ବେ ବି ସଂକ୍ରାମକ ରହିଛି।  

ରିପୋର୍ଟ ମୁତାବକ, ସବୁଠାରୁ ପୁରୁଣା ଭାଇରସ କୁହାଯାଉଥିବା ପୈଣ୍ଡୋରା ଭାଇରସ ୟେଡୋମା ଶ୍ରେଣୀର। ଏହାର ଆୟୁଷ ୪୮,୫୦୦ ବର୍ଷରୁ ବି ଅଧିକ। ଏହି ଭୂତାଣୁକୁ ଜୀବନ୍ତ କରାଯିବା କାରଣରୁ ଏହା ପ୍ରାଣୀ ଜଗତ ପାଇଁ ବିନାଶକାରୀ ହେବ ବୋଲି କୁହାଯାଉଛି। ଏହି ଭୂତାଣୁ ଏହି ଗବେଷକ ଦଳ ଦ୍ବାରା ୨୦୧୩ରେ ଖୋଜାଯାଇଥିବା ଭୂତାଣୁର ରେକର୍ଡ ଭାଙ୍ଗି ଦେଇଛି। ୨୦୧୩ରେ ଖୋଜାଯାଇଥିବା ଭୂତାଣୁର ଆୟୁଷ ୩୦ହଜାର ବର୍ଷରୁ ଅଧିକ ଥିଲା।

ଋଷ, ଜର୍ମାନ, ଫ୍ରାନ୍ସର ଗବେଷକ ଟିମ କହିଛନ୍ତି, ଏହି ଭୂତାଣୁର ପୁନର୍ଜିବିତ କରିବାର ଜୈବିକ ବିପଦ ସମ୍ପୂର୍ଣ୍ଣ ରୂପେ ନଗଣ୍ୟ ଥିଲା। କିନ୍ତୁ ଏହା ପୁନର୍ଜିବିତ ହେବା ପରେ ଏହାକୁ ବିନାଶକ ହେବ ବୋଲି ଆଶଙ୍କା କରାଯାଉଛି। ଏହା ମନୁଷ୍ୟ, ପ୍ରାଣୀଙ୍କୁ ମଧ୍ୟ ସଂକ୍ରମିତ କରିବାର କ୍ଷମତା ରଖିଛି।

Leave a Reply

Your email address will not be published. Required fields are marked *