ନବସୃଜନକୁ ଆଗେଇ ନେବା ଏବଂ ଆଧୁନିକ ପିଢ଼ିର ୱେରଲେସ୍ ପ୍ରଯୁକ୍ତିରେ ସହଭାଗିତା ପାଇଁ ଭାରତ 6ଜି ମେଣ୍ଟର ଶୁଭାରମ୍ଭ କଲା ଦୂରସଞ୍ଚାର ବିଭାଗ

Spread the love

ନୂଆଦିଲ୍ଲୀ : ନୂଆ ନୂଆ ପ୍ରଯୁକ୍ତିର ପ୍ରୟୋଗ ସହିତ ଦୂରସଞ୍ଚାର କ୍ଷେତ୍ର ନିରନ୍ତର ଭାବେ ଏକ ବିକଶିତ କ୍ଷେତ୍ର ଭାବେ ଆଗକୁ ବଢ଼ୁଛି । ଏହା ୱେର-ଲିଇନ୍ ରୁ ମୋବାଇଲ ସେବା ଦିଗକୁ ପରିବର୍ତ୍ତିତ ହୋଇଛି । ମୋବାଇଲ ଏବେ ଲୋକଙ୍କ ଜୀବନଧାରା ପାଲଟିଛି । ମୋବାଇଲ ସେବା ମଧ୍ୟ ଟୁ-ଜି, ଥ୍ରୀ-ଜି ଠାରୁ ଆରମ୍ଭ କରି ଏବେ ଫୋର୍-ଜି ଓ ଫାଇଭ୍-ଜିରେ ପହଞ୍ଚିବା ସହିତ ୬-ଜି ଆଡ଼କୁ ଅଗ୍ରସର ହେଉଛି ।

ସାର୍ବଜନୀନ ଓ ଶସ୍ତା ଯୋଗାଯୋଗ, ସ୍ୱଦେଶୀ ପ୍ରଯୁକ୍ତି ବିକାଶ, ଦୂରସଞ୍ଚାର ଓ ସେମିକଣ୍ଡକ୍ଟର ନିର୍ମାଣ ଇକୋସିଷ୍ଟମ ବିକଶିତ କରିବା, 6-ଜି ପ୍ରଯୁକ୍ତି ଦିଗରେ ଆଗକୁ ବଢ଼ିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଙ୍କଳ୍ପକୁ ଆଉ ପାଦେ ଆଗକୁ ନେଇ ସଞ୍ଚାର ରାଷ୍ଟ୍ର ମନ୍ତ୍ରୀ ଦେବୁସିଂହ ଚୌହାନଙ୍କ ଉପସ୍ଥିତିରେ କେନ୍ଦ୍ର ରେଳ, ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି :

ଭାରତ 6ଜି ମେଣ୍ଟର ଗଠନ (ବି6ଜିଏ) କରାଯିବ, ଏହା ଏକ ସରକାରୀ ଓ ଘରୋଇ କମ୍ପାନୀ, ଶିକ୍ଷାବିତ୍, ଗବେଷଣା ସଂସ୍ଥା ଓ ମାନକ ବିକାଶ ସଂଗଠନର ଏକ ସହଭାଗୀ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ।

ଭାରତ 6ଜି ମେଣ୍ଟର ୱେବସାଇଟ୍ ଉନ୍ମୋଚନ କରାଯାଇଛି, ଯାହାର ଲିଙ୍କ ହେଉଛି https:harat6galliance.com

ଦୂରସଞ୍ଚାର ପ୍ରଯୁକ୍ତି ବିକାଶ ପାଣ୍ଠି (ଟିଟିଡିଏଫ) ଅଧୀନରେ ୨୪୦ କୋଟି ୫୧ ଲକ୍ଷ ଟଙ୍କାର ଅନୁଦାନ ସହିତ ପ୍ରକଳ୍ପଗୁଡ଼ିକ ପାଇଁ ଦୁଇଟି ରାଜିନାମା ସ୍ୱାକ୍ଷରିତ ହୋଇଛି :

ଅର୍ବିଟାଲ୍ ଆଙ୍ଗୁଲାର ମୋମେଣ୍ଟମ (ଓଏଏମ) ସହିତ 6ଜି ଟିଏଚଜେଡ୍ ଟେଷ୍ଟ ବେଡ୍ (ନୂଆ ପ୍ରଯୁକ୍ତି ପରୀକ୍ଷଣ କେନ୍ଦ୍ର) ଏବଂ ସମୀର, ଆଇଆଇଟି ମାଡ୍ରାସ, ଆଇଆଇଟି ଗୌହାଟୀ ଓ ଆଇଆଇଟି ପାଟନାର ସହଭାଗିତା ଜରିଆରେ ମଲ୍ଟିପ୍ଲେକ୍ସିଂ

ଆଧୁନିକ ଅପ୍ଟିକାଲ ସଞ୍ଚାର ଟେଷ୍ଟ ବେଡ୍ ବିକଶିତ କରାଯିବ ଯେଉଁଥିରେ ସହଭାଗୀ ସଦସ୍ୟ ରୂପରେ ଆଇଆଇଟି ମାଡ୍ରାସ, ଆଇଆଇଟି ଦିଲ୍ଲୀ, ଇନ୍ଦ୍ରପ୍ରସ୍ଥ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇନଫର୍ମେସନ ଟେକ୍ନୋଲୋଜି (ଆଇଆଇଆଇଟି) ଦିଲ୍ଲୀ, ସିଗ୍ନାଲଚିପ୍ ଇନୋଭେସନ୍ସ, ସିଗ୍ନାଲଟ୍ରୋନ ସିଷ୍ଟମ୍ସ ପ୍ରାଇଭେଟ୍ ଲିମିଟେଡ, ସାସମୋଟ୍ ଏଚଇଟି ଟେକ୍ନୋଲୋଜିଜ୍ ଲିମିଟେଡ, ଏସଏଫଓ ଟେକ୍ନୋଲୋଜିଜ୍ ପ୍ରାଇଭେଟ୍ ଲିମିଟେଡ, ଇଆରଏନଇଟି ଇଣ୍ଡିଆ, କ୍ୱାନଫ୍ଲୁଏନ୍ସ ପ୍ରାଇଭେଟ୍ ଲିମିଟେଡ, ଷ୍ଟେରଲାଇନ୍ ଟେକ୍ନୋଲୋଜିଜ୍ ଲିମିଟେଡ୍, ନାଭଟେକ, ତେଜସ୍ ନେଟୱର୍କ ଆଦି ସାମିଲ ରହିଛନ୍ତି ।

Leave a Reply

Your email address will not be published. Required fields are marked *