ଇସ୍ତଫା ଦେଲେ ଶେଖ ହସିନା

ବାଂଲାଦେଶ ଛାଡିଲେ ଶେଖ ହସିନା । ପ୍ରଧାନମନ୍ତ୍ରୀ ଶେଖ ହାସିନା ସୋମବାର ଇସ୍ତଫା ଦେଇଛନ୍ତି । ସେନାର ଚେତାବନୀ ପରେ ସେ ପ୍ରକଧାନମନ୍ତ୍ରୀ ପଦରୁ ଇସ୍ତଫା ଦେିଛନ୍ତି । ଏହାପରେ ବିକ୍ଷୋଭକାରୀ ମାନେ ତାଙ୍କ ବାସ ଭବନକୁ ଧସେଇ ପଶିଛନ୍ତି । ସୁରକ୍ଷା ଦୃଷ୍ଟିରୁ ହସିନା ଏବଂ ତାଙ୍କ ଭଉଣୀଙ୍କୁ ବାସଭବନରୁ ନିରାପଦ ସ୍ଥାନକୁ ନିଆଯାଇଛି ।

ତେବେ ବିମାନ ଯୋଗେ ଢାକାରୁ ଭାରତ ଆସୁଥିବା ନେଇ ଗଣମଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଦେଶର ପରିସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଲ ଥିବା ଆଇନମନ୍ତ୍ରୀ କହିବା ସହ କଣ ଘଟୁଛି ତାହା ସେ ନିଜେ ଜାଣିପାରୁନାହାନ୍ତି ବୋଲି କହିଛନ୍ତି ।

ହସିନାଙ୍କ ଇସ୍ତଫାର କିଛି ସମୟ ପରେ ଦେଶର ସେନା କ୍ଷମତା ହାତକୁ ନେଇପାରେ । ଏ ସମ୍ପର୍କରେ ସେନାପକ୍ଷରୁ ଘୋଷଣା କରିଯିବ ବୋଲି ସୂଚନା ମିଳୁଛି ।

ବାଂଲାଦେଶରେ ଅନେକ ଦିନ ଧରି ଲାଗିଥିବା ସଂରକ୍ଷଣ ହିଂସା ଭିତରେ ବଡ ଖବର ଆସିଛି । ପାଖାପାଖି ୨୦ ଲକ୍ଷ ନାଗରିକ ପ୍ରଧାନମନ୍ତ୍ରୀଙ୍କ ଭବନ ନିକଟରେ ବିକ୍ଷୋଭ କରିବା ପରେ ପ୍ରଧାନମନ୍ତ୍ରୀ ଶେଖ୍ ହସିିନା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ଇସ୍ତଫା ଦେଇ ତୁରନ୍ତ ହେଲିକପ୍ଟର ସହାୟତାରେ ଦେଶ ଛାଡିଚନ୍ତି । ସୂଚନା ମୁତାବକ ତାଙ୍କ ହେଲିକପ୍ଟର ପଶ୍ଚିମବଙ୍ଗର ଅଗରତାଲାରେ ଅବତରଣ କରିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *