ଚିଲିରେ ଭୀଷଣ ଭୂମିକମ୍ପ

ଦକ୍ଷିଣ ଆମେରିକାର ଚିଲିରେ ଭୀଷଣ ଭୂମିକମ୍ପ ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୩ ଥିବା ରେକର୍ଡ କରାଯାଇଛି । ସାମ ପେତ୍ରାଦା ଆଟାକାମା ସହରର ୪୧ କିମି ଦକ୍ଷିଣ ପୂର୍ବରେ ୧୨୮ କିଲୋମିଟର ଗଭୀରତାରେ ଭୂମିକମ୍ପର କେନ୍ଦ୍ର ସୃଷ୍ଟି ହୋଇଛି । ତେବେ ଏହାପରେ କୌଣସି ସୁନାମୀର ସୂଚନା ଦିଆଯାଇନାହିଁ କିମ୍ପା ଏଯାଏଁ କୌଣସି କ୍ଷୟକ୍ଷତିର ସଠିକ ସୂଚନା ମିଳିନାହିଁ । ଏନେଇ ୟୁନାଇଟେଡ୍‌ ଷ୍ଟେଟ୍‌ସ ଜିଓଲୋଜିକାଲ୍‌ ସର୍ଭେ ପକ୍ଷରୁ ସୂଚନା ମିଳିଛି।‌

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *