ଧବଳେଶ୍ବର ପୀଠକୁ ପ୍ଲାଷ୍ଟିକ କଳସୀରେ ପାଣି ନେଇପାରିବେନି କାଉଡିଆ

ଶ୍ରାବଣ ମାସ ଆରମ୍ଭ ହେବାକୁ ଆଉ ମାତ୍ର ଦିନ କେଇଟା ବାକି । ଶ୍ରାବଣ ସୋମବାରରେ ଶୈବପୀଠରେ ଜଳଲାଗି କରିବେ କାଉଡିଆ । ଆଉ ଶ୍ରାବଣ ଆରମ୍ଭ ହେବା ପୂର୍ବରୁ କାଉଡିଆଙ୍କ ପାଇଁ ଆସିଛି ବଡ ଖବର । ଏଣିକି ଧବଳେଶ୍ୱର ପୀଠକୁ ପ୍ଲାଷ୍ଟିକ କଳସୀରେ ପାଣି ନେଇପାରିବେନି କାଉଡିଆ ମାନସିକଧାରୀ । ମିଳିଥିବା ସୂଚନା ମୁତାବକ, ଧବଳେଶ୍ୱରଙ୍କ ପାଖକୁ ନିଷେଧ ହେଇଛି ପ୍ଲାଷ୍ଟିକ୍ କଳସ । ଯଦି କେହି ମାନସିକଧାରୀ ପ୍ଲାଷ୍ଟିକ୍ କଳସ ଧରି ପାଣି ଲାଗି କରିବାକୁ ଆସନ୍ତି, ତେବେ ତାଙ୍କ ଜଳ ଲାଗି କରାଯିବନି ବୋଲି କୁହାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *