ପୂଜା ଖେଡକରଙ୍କୁ ମିଳିଲା ଆଶ୍ବସ୍ତି

ପୂର୍ବତନ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଟ୍ରେନି ପୂଜା ଖେଡକରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆରାମ ମିଳିଛି। ଦିବ୍ୟାଙ୍ଗ କୋଟାର ସୁବିଧା ପାଇବା ଅଭିଯୋଗରେ ଖେଡକରଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଦିଲ୍ଲୀ ପୋଲିସ ଏବଂ ୟୁପିଏସିକୁ ନୋଟିସ ଜାରି କରି ଏହାର ଜବାବ ମାଗିଛନ୍ତି। ପୂଜା ଖେଡକରଙ୍କ ଆଗୁଆ ଜାମିନ ଉପରେ ଶୁଣାଣି ଅଗଷ୍ଟ ୨୧ରେ ହେବ . ସେପର୍ଯ୍ୟନ୍ତ ହାଇକୋର୍ଟ ତାଙ୍କ ଗିରଫଦାରୀକୁ ସ୍ଥଗିତ ରଖିଛନ୍ତି।

ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କ ନେତୃତ୍ୱରେ ଏକ ବେଞ୍ଚ ଦ୍ୱାରା ଖେଡକରଙ୍କ ଜାମିନ ଆବେଦନ କରାଯାଇଥିଲା। ଏହି ସମୟରେ ବରିଷ୍ଠ ଓକିଲ ସିଦ୍ଧାର୍ଥ ଲୁଥ୍ରା ଖେଡକରଙ୍କ ପକ୍ଷରୁ ନରେଶ କୌଶିକ ୟୁପିଏସସି ପକ୍ଷରୁ ହାଜର ହୋଇଥିଲେ।

ସୂଚନାଯୋଗ୍ୟ,ପୂଜା ସଂରକ୍ଷଣ ସୁବିଧା ପାଇବାକୁ ୟୁପିଏସ୍‌ସି ସିଭିଲ ସର୍ଭିସେସ ପରୀକ୍ଷା ୨୦୨୨ ପାଇଁ ତାଙ୍କ ଆବେଦନରେ ଭୁଲ ତଥ୍ୟ ଉପସ୍ଥାପନ କରିଥିବା ଅଭିଯୋଗ ହୋଇଛି। ଜୁଲାଇ ୩୧ରେ, କେନ୍ଦ୍ର ଜନସେବା ଆୟୋଗ (ୟୁପିଏସସି) ଖେଡକରଙ୍କ ପ୍ରାର୍ଥୀତ୍ୱକୁ ବାତିଲ କରିଦେଇଛି। ଏଥିସହ ଭବିଷ୍ୟତର ପରୀକ୍ଷା ଦେବା ଉପରେ ମଧ୍ୟ ରୋକ ଲଗାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *