ରତ୍ନଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ , କହିଲେ ଆଇନମନ୍ତ୍ରୀ ।

Spread the love

ରତ୍ନଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ସବୁ ଦିଗରୁ ତର୍ଜମା କରି ସରକାର ନିଷ୍ପତ୍ତି ନେବେ। ଛତିଶା ନିଯୋଗ ବୈଠକରେ ଏଭଳି କୌଣସି ନିଷ୍ପତ୍ତି ହୋଇନାହିଁ। ଜଣେ ASI ଅଧିକାରୀ ଏଭଳି ମନ୍ତବ୍ୟ ଦେଇ ଭ୍ରାନ୍ତଧାରଣ ସୃଷ୍ଟି କରିଛନ୍ତି। ତାଙ୍କର ବିଶୃଙ୍ଖଳା ଆଚରଣ ପାଇଁ ତାଙ୍କ ବିରୋଧରେ ଆକ୍ସନ ନିଆଯିବ। ନିଜ ଦୋଷ ତୃଟି ଲୁଚାଇବାକୁ ଯାଇ ଏଭଳି କରିଛନ୍ତି। ରାଜ୍ୟ ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବୁଧବାର କହିଛନ୍ତି ଯେ, ରତ୍ନଭଣ୍ଡାର କେବେ ଖୋଲାଯିବ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ।

Leave a Reply

Your email address will not be published. Required fields are marked *