ଚାନ୍ଦବାଲି ବ୍ଲକ କାଣ୍ଡଗରଡି ପଞ୍ଚାୟତ ତେନ୍ତୁଳିଦା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଅଗ୍ନିକାଣ୍ଡରେ ଜଳିଗଲା ଏକ ବଖରା ଘର ସହିତ ଆସବାପତ୍ର। ତେବେ ଆଜି ଅପରାହ୍ନ ୫ ଘଟିକା ସମୟରେ ଅଦିନିଆ ବର୍ଷା ସାଙ୍ଗକୁ ବଜ୍ରପାତ ସହ ଘଡ ଘଡି ମଧ୍ଯ ହୋଇଥିଲା। ତେବେ ଏହି ସମୟରେ ତେନ୍ତୁଳିଦା ଗ୍ରାମର ପିତାମ୍ବର ଜେନା ଙ୍କ ଘର ଉପରେ ବଜ୍ରପାତ ହେବାରୁ ଘରଟି ସମ୍ପୂର୍ଣ୍ଣ ଜଳିଯିବା ସହିତ ଆସବାପତ୍ର ମଧ୍ୟ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ତେବେ ନିଆଁର ପ୍ରକୋପ ଅଧିକ ଥିବାରୁ ଗ୍ରାମବାସୀ ଚାନ୍ଦବାଲି ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ ତେବେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ନିଆଁର ଆଁ ରେ ସବୁ କିଛି ଜଳିଯାଇଥିଲା। ତେବେ ବଜ୍ରପାତ ରେ କ୍ଷତଗ୍ରସ୍ତ ହୋଇଥିବା ପରିବାରଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now