ୟୁଟ୍ୟୁବର ଅଜିତ ଭାରତୀଙ୍କୁ ଗିରଫ କରିବାକୁ ସକ୍ଷମ ହେଲାନି କର୍ଣ୍ଣାଟକ ପୁଲିସ

Spread the love

ୟୁଟ୍ୟୁବର ଅଜିତ ଭାରତୀଙ୍କୁ ଗିରଫ କରିବାକୁ ନୋଏଡ଼ାରେ ପହଞ୍ଚିଥିଲେ ବି ଗିରଫ କରିବାକୁ ସକ୍ଷମ ହେଲାନି କର୍ଣ୍ଣାଟକ ପୁଲିସ। ପାଲଟା ଅଜିତଙ୍କ ଘର ଆଗରେ ଡେରା ପକାଇଥିବା କର୍ଣ୍ଣାଟକ ପୁଲିସକୁ ନୋଏଡ଼ା ପୁଲିସ ସାଙ୍ଗରେ ନେଇଯାଇଥିଲା। ୟୁଟ୍ୟୁବର ଅଜିତ ଭାରତୀ ରାହୁଲ ଗାନ୍ଧୀଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ। ଯାହାକୁ ନେଇ ବାଙ୍ଗାଲୋରରେ ମାମଲା ହୋଇଥିଲା। ଅଜିତ କହିଥିଲେ ଯେ, ରାହୁଲ ଗାନ୍ଧୀ ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିର ବଦଳରେ ବାବ୍ରି ମସଜିଦ୍ କରିବାକୁ ଯୋଜନା କରୁଛନ୍ତି। ଅଜିତଙ୍କ ବିରୁଦ୍ଧରେ ୧୫୩ (ଏ), ୫୦୫(୨) ଧାରାରେ ମାମଲା ରୁଜୁ କରାଯାଇଥିଲା। ଅଜିତଙ୍କ ଏଭଳି ଉକ୍ତି ଘୃଣା ମନ୍ତବ୍ୟ ସମାଜରେ ସାର୍ବଜନୀନ ଶାନ୍ତି ଓ ସଦ୍ଭାବକୁ ନଷ୍ଟ କରିବ।

Leave a Reply

Your email address will not be published. Required fields are marked *