ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟି ସଦସ୍ୟ ପଦବୀରୁ ବିଦା ହେଲେ ଟି ପ୍ରସାଦରାଓ ଦୋରା

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟି ସଦସ୍ୟ ଓ ସଭାପତି ପଦବୀରୁ ବିଦା ହେଲେ ବିଜେଡି ନେତା ଟି ପ୍ରସାଦରାଓ ଦୋରା।  ଦୋରାଙ୍କ ବିରୁଦ୍ଧରେ ଆସିଥିବା ଅର୍ଥ ତୋଷାରପାତ ଅଭିଯୋଗର ପ୍ରମାଣ ମିଳିସାରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଛି । ଏହା ସହ ସେ କ୍ଷମତାର ଅପବ୍ୟବହାର କରି ନେଇଥିବା ବ୍ୟାଙ୍କ ଟଙ୍କା ମଧ୍ୟ ତାଙ୍କଠୁ ଫେରସ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଶ୍ରୀ ଦୋରାଙ୍କୁ ଅଯୋଗ୍ୟ ଘୋଷଣା କରିବା ପରେ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟି ସଭାପତି ଓ ଖାଲି ପଡ଼ିଥିବା ୨ଟି ନିର୍ଦ୍ଦେଶକ ପଦବୀ ପାଇଁ ପୁଣି ଥରେ ନିର୍ବାଚନ ହେବାର ସମ୍ଭାବନା ରହିଥିବା ଜଣାପଡ଼ିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *