ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ୫୦% ଗ୍ରାମ ବର୍ତମାନ ଓଡିଏଫ୍ ପ୍ଲସ୍ ଗ୍ରାମ ହୋଇଛି

Spread the love

ନୂଆଦିଲ୍ଲୀ : ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ (ଏସ୍‌?ବିଏମ୍ – ଜି) ଅଧୀନରେ ଦେଶ ଆଉ ଏକ ପ୍ରମୁଖ ମାଇଲ୍ ଖୁଂଟ ହାସଲ କରିଛି ଯେଉଁଥିରେ ଦେଶର ମୋଟ ଗ୍ରାମ ଗୁଡିକର ଅଧା ଅର୍ଥାତ୍ ୫୦% ଗ୍ରାମ ମିଶନ୍‌?ର ଦ୍ୱିତୀୟ ପର୍ଯ୍ୟାୟରେ ଓଡିଏଫ୍ ପ୍ଲସ୍ ମାନ୍ୟତା ହାସଲ କରିଛନ୍ତି । ଏକ ଓଡିଏଫ୍ ପ୍ଲସ୍ ଗ୍ରାମ ହେଉଛି ଏମିତି ଏକ ଗ୍ରାମ, ଯାହା କଠିନ କିମ୍ବା ତରଳ ବର୍ଜ୍ୟ ବସ୍ତୁ ପରିଚାଳନା ପ୍ରଣାଳୀ ପ୍ରୟୋଗ କରିବା ସହିତ ଏହାର ବାହ୍ୟ ମଳ ମୁକ୍ତ (ଓଡିଏଫ୍‌?) ସ୍ଥିତିକୁ ବଜାୟ ରଖିଥାଏ । ଆଜି ପର୍ଯ୍ୟନ୍ତ, ୨.୯୬ ଲକ୍ଷରୁ ଅଧିକ ଗ୍ରାମ ନିଜକୁ ଓଡିଏଫ୍ ପ୍ଲସ୍ ଘୋଷଣା କରିଛନ୍ତି, ଯାହାକି ୨୦୨୪ – ୨୫ ସୁଦ୍ଧା ଏସ୍‌?ବିଏମ୍ – ଜିର ଦ୍ୱିତୀୟ ପର୍ଯ୍ୟାୟ ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।

ଓଡିଏଫ୍ ପ୍ଲସ୍ ଗ୍ରାମ ଗୁଡିକର ଶତକଡ଼ା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଗୁଡ଼ିକ ହେଉଛି – ବୃହତ୍ ରାଜ୍ୟ ମଧ୍ୟରେ ତେଲେଙ୍ଗାନା (୧୦୦%), କର୍ଣ୍ଣାଟକ (୯୯.୫%), ତାମିଲନାଡୁ (୯୭.୮%) ଏବଂ ଉତରପ୍ରଦେଶ (୯୫.୨%) ଏବଂ କ୍ଷୁଦ୍ର ରାଜ୍ୟ ମାନଙ୍କ ମଧ୍ୟରେ ଗୋଆ (୯୫.୩%) ଏବଂ ସିକ୍କିମ୍ (୬୯.୨%) ଶ୍ରେଷ୍ଠ ପ୍ରଦର୍ଶନକାରୀ ହୋଇଥିବା ବେଳେ କେନ୍ଦ୍ରଶାସିତ ଅଂଚଳ ଗୁଡିକ ମଧ୍ୟରେ – ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଦାଦରା ନଗର ହାବେଳି ଏବଂ ଡାମନ ଡିୟୁ ଏବଂ ଲାକ୍ଷାଦ୍ୱୀପରେ ୧୦୦% ଓଡିଏଫ୍ ପ୍ଲସ୍ ମଡେଲ ଗ୍ରାମ ରହିଛି । ଏହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ଗୁଡିକ ଓଡିଏଫ୍ ପ୍ଲସ୍ ସ୍ଥିତି ହାସଲ କରିବାରେ ଉଲ୍ଲେଖନୀୟ ଅଗ୍ରଗତି ପ୍ରଦର୍ଶନ କରିଛନ୍ତି ଏବଂ ଏହି ମାଇଲ ଖୁଂଟରେ ପହଞ୍ଚିବାରେ ସେମାନଙ୍କର ଉଦ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

୨,୯୬,୯୨୮ ଓଡିଏଫ୍ ପ୍ଲସ୍ ଗ୍ରାମ ମଧ୍ୟରୁ ୨,୦୮,୬୧୩ ଗ୍ରାମ ହେଉଛି କଠିନ ବର୍ଜ୍ୟ ବସ୍ତୁ ପରିଚାଳନା କିମ୍ବା ତରଳ ବର୍ଜ୍ୟ ବସ୍ତୁ ପରିଚାଳନା ପାଇଁ ବ୍ୟବସ୍ଥା ଥିବା ଓଡିଏଫ୍ ପ୍ଲସ୍ ଆକାଂକ୍ଷୀ ଗ୍ରାମ, ୩୨,୦୩୦ଟି ଗ୍ରାମ ହେଉଛି ଉଭୟ କଠିନ ବର୍ଜ୍ୟ ବସ୍ତୁ ପରିଚାଳନା ଏବଂ ତରଳ ବର୍ଜ୍ୟ ବସ୍ତୁ ପରିଚାଳନା ପାଇଁ ବ୍ୟବସ୍ଥା ରହିଥିବା ଓଡିଏଫ୍ ପ୍ଲସ୍ ରାଇଜିଂ ଗ୍ରାମ ଏବଂ ୫୮,୨୮୫ ଗ୍ରାମ ହେଉଛି ଓଡିଏଫ୍ ପ୍ଲସ୍ ମଡେଲ୍ ଗ୍ରାମ ।

 ଓଡିଏଫ୍ ପ୍ଲସ୍ ମଡେଲ୍ ଗ୍ରାମ ଗୁଡିକ ହେଉଛି ଏମିତି ଗ୍ରାମ ଯାହା ତାର ଓଡିଏଫ୍ ସ୍ଥିତିକୁ ବଜାୟ ରଖିଥାଏ ଏବଂ ଉଭୟ କଠିନ ବର୍ଜ୍ୟ ବସ୍ତୁ ପରିଚାଳନା ଏବଂ ତରଳ ବର୍ଜ୍ୟ ବସ୍ତୁ ପରିଚାଳନା ପାଇଁ ସେଠାରେ ବ୍ୟବସ୍ଥା ରହିଥାଏ : ଦୃଶ୍ୟ ସ୍ୱଚ୍ଛତାର ନିରୀକ୍ଷଣ କରିଥାଏ, ଯଥା, ସର୍ବନିମ୍ନ ଅଳିଆ ଆବର୍ଜନା, ସର୍ବନିମ୍ନ ସ୍ଥିର ବର୍ଜ୍ୟ ଜଳ, ସର୍ବସାଧାରଣ ସ୍ଥାନରେ କୌଣସି ପ୍ଲାଷ୍ଟିକ୍ ବର୍ଜ୍ୟ ବସ୍ତୁ ନପକାଇବା; ଏବଂ ଓଡିଏଫ୍ ପ୍ଲସ୍ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ (ଆଇଇସି) ବାର୍ତା ପ୍ରଦର୍ଶନ କରିଥାଏ । ବର୍ତମାନ ପର୍ଯ୍ୟନ୍ତ, ୧,୬୫,୦୪୮ ଗ୍ରାମରେ କଠିନ ବର୍ଜ୍ୟ ବସ୍ତୁ ପରିଚାଳନା ପାଇଁ ବ୍ୟବସ୍ଥା ଅଛି,୨,୩୯,୦୬୩ ଗ୍ରାମରେ ତରଳ ବର୍ଜ୍ୟ ବସ୍ତୁ ପରିଚାଳନା ପାଇଁ ବ୍ୟବସ୍ଥା ଅଛି, ୪,୫୭,୦୬୦ ଗ୍ରାମରେ ସର୍ବନିମ୍ନ ସ୍ଥାୟୀ ଜଳ ଥିବାବେଳେ ୪, ୬୭, ୩୮୪ ଗ୍ରାମରେ ସର୍ବନିମ୍ନ ଅଳିଆ ଆବର୍ଜନା ଅଛି ।

Leave a Reply

Your email address will not be published. Required fields are marked *