ପତି ଓ ୩ ପିଲାଙ୍କୁ ଛାଡ଼ି ପ୍ରେମିକ ସହ ରହିବାକୁ ଶିକ୍ଷୟତ୍ରୀଙ୍କ ଜିଦ୍

ପଡ଼ୋଶୀ ପ୍ରେମରେ ପଡ଼ିଲେ ସ୍କୁଲ ଶିକ୍ଷୟତ୍ରୀ। ନିଜ ସ୍ୱାମୀ ଓ ତିନି ପିଲାଙ୍କୁ ଛାଡ଼ି ପ୍ରେମିକ ଘରେ ପହଞ୍ଚିଥିଲେ। ଆଉ ପ୍ରେମିକ ଘରେ ପହଞ୍ଚିବା ମାତ୍ରେ ହାଇଭୋଲଟେଜ ଡ୍ରାମା ଆରମ୍ଭ ହୋଇଥିଲା। ବିହାରର ଜମୁଇ ଜିଲ୍ଲାରୁ ଆସିଛି ଏଭଳି ଘଟଣା। ୧୨ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ ଶିକ୍ଷୟତ୍ରୀ ଜଣକ। ତାଙ୍କ ପ୍ରେମିକ ପୁଣି ତାଙ୍କଠୁ ୧୨ ବର୍ଷ ସାନ। ୩୫ ବର୍ଷର ସଞ୍ଜୁ ଦେବୀଙ୍କ ୨୩ ବର୍ଷର ଯୁବକ ସହ ପ୍ରେମସମ୍ପର୍କ ଥିଲା। ସୋମବାର ନିଜ ପିଲା ଓ ପତିଙ୍କୁ ଛାଡ଼ି ଯେବେ ପ୍ରେମିକ ଘରେ ପହଞ୍ଚିଥିଲେ, ହାଇଭୋଲଟେଜ ଡ୍ରାମା ସୃଷ୍ଟି ହୋଇଥିଲା। ପ୍ରେମିକର ଘର ଲୋକେ ଶିକ୍ଷୟତ୍ରୀଙ୍କୁ ନିଜ ଘରେ ପୁରାଇଦେଇନଥିଲେ। ସଞ୍ଜୁ ଦେବୀଙ୍କ ବିବାହ ରାମୁ ରାଓ୍ୱତଙ୍କ ସହ ହୋଇଥିଲା। ଦୁଇ ଝିଅ ଓ ପୁଅକୁ ନେଇ ସଂସାର। ଦୁଇ ଝିଅଙ୍କ ବୟସ ୧୨ ଓ ୧୧ ହୋଇଥିଲା ବେଳେ ପୁଅର ବୟସ ୧୦। ସମାଜର ଲୋକଲଜ୍ଜାକୁ ଭୃକ୍ଷେପ ନ କରି, ପରିବାରର ମୋହକୁ ତୁଟାଇ ନିଜ ପ୍ରେମିକ ସହ ରହିବାକୁ ମନସ୍ଥ କରିଥିଲେ ସଞ୍ଜୁ। ପ୍ରେମିକ କହ୍ନେୟା କୁମାର ଘରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକେ ଯେତେ ବୁଝାଇଲେ ବି ବୁଝିନଥିଲେ ସଞ୍ଜୁ। କିନ୍ତୁ ସଞ୍ଜୁ ଓ ତାଙ୍କ ପ୍ରେମିକ ନିଜ ଜିଦରେ ଅଡ଼ି ରହିଲେ। ଥାନା ଯାଏ କଥା ପହଞ୍ଚିଥିଲା। ଥାନା ଅଧିକାରୀ କହିଛନ୍ତି, ଯେହେତୁ ଦୁହେଁ ସାବାଳକ। ସେମାନଙ୍କୁ ବାଧ୍ୟ କରାଯାଇପାରିବନି। ଅବଶ୍ୟ ଶେଷରେ ଆପୋଷ ସହମତିରେ ରାତିରେ ପରିବାରବର୍ଗ ସହ ଦୁହିଁଙ୍କୁ ପଠାଇଦେଇ ଏହାର ଯାଞ୍ଚ ଜାରି ରଖିଛି ପୁଲିସ।

ବିହାରରେ ସ୍କୁଲ ଶିକ୍ଷୟତ୍ରୀ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *