ବିନା ସହମତିରେ ଲାଗିପାରିବନି ସିସିଟିଭି

ଘରେ ସିସିଟିଭି ଲାଗିଲେ ଘରେ ଥିବା ସମସ୍ତଙ୍କ ଅନୁମତି ଦରକାର। କୋଲକାତା ହାଇକୋର୍ଟ ଏ ସନ୍ଦର୍ଭରେ ଦେଇଥିବା ରାୟରେ ଦଖଲ କରିବାକୁ ମନା କରିଦେଲେ ସୁପ୍ରିମକୋର୍ଟ। ହାଇକୋର୍ଟ ବିରୁଦ୍ଧରେ ଆଗତ ସ୍ପେଶିଆଲ ଲିଭ୍ ପିଟିସନକୁ ଖାରଜ କରିଦେଇଛନ୍ତି ଜଷ୍ଟିସ୍ ଦୀପଙ୍କର ଦତ୍ତା ଓ ଜଷ୍ଟିସ ମନମୋହନଙ୍କ ଖଣ୍ଡପୀଠ। ମାମଲା ଥିଲା କିଛି ଏମିତି। ସେୟାରିଂରେ ରହୁଥିବା ବିଲଡିଂରେ ସିସିଟିଭି ଲଗାଇବାକୁ ଦୁଇ ଭାଇଙ୍କ ଭିତରେ ଥିଲା ବିବାଦ। ଜଣେ ସିସିଟିଭି ଲଗାଇବାକୁ ଚାହୁଁଥିଲା ତ ଅନ୍ୟ ଜଣେ ଏହାକୁ ବିରୋଧ କରୁଥିଲା। ଘର ପରିସରରେ ରଖାଯାଇଥିବା ଅନେକ ସାମଗ୍ରୀ ଉପରେ ନଜର ରଖିବାକୁ ସିସିଟିଭି ମୁତୟନ କରିବାକୁ ଚାହୁଁଥିଲେ ଜଣେ ଭାଇ। କିନ୍ତୁ ରେସିଡେନ୍ସିଆଲ ଏରିଆରେ ଯେତେଜଣ ଥିବେ, ସିସିଟିଭି ଲଗାଇବା ବେଳେ ସେମାନଙ୍କର ସମସ୍ତଙ୍କର ଅନୁମତି ଦରକାର ବୋଲି ରାୟ ଦେଇଥିଲେ ହାଇକୋର୍ଟ। କାରଣ ବିନା ଅନୁମତିରେ ସିସିଟିଭି ଲଗାଇଲେ ଗୋପନୀୟତାର ଉଲ୍ଲଂଘନ ହେବ। କୋଲକାତା ହାଇକୋର୍ଟର ଜଷ୍ଟିସ ସବ୍ୟସାଚୀ ଭଟ୍ଟାଚାର୍ଯ୍ୟ ଓ ଉଦୟ କୁମାରଙ୍କ ଖଣ୍ଡପୀଠ ଏଭଳି ରାୟ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ରାୟର ନଜିର ଦେଇ ଖଣ୍ଡପୀଠ କହିଥିଲେ ଯେ, ସମ୍ୱିଧାନର ଧାରା ୨୧ ଅନୁସାରେ ସମସ୍ତଙ୍କକ ପ୍ରାଇଭେସିର ଅଧିକର ଅଛି। ଏହାକୁ ସୁରକ୍ଷିତ କରାଯିବା କଥା। କୌଣସି ସ୍ଥିତିରେ ବ୍ୟକ୍ତିର ମର୍ଯ୍ୟାଦା, ପରିଚୟକୁ ସମ୍ମାନ ଜଣାଇବା ସହ ଏହାକୁ ଉଲ୍ଲଂଘନ କରିହେବନି। ରାଇଟ୍ ଟୁ ପ୍ରାଇଭେସିକୁ ବି ଏକ ମୌଳିକ ଅଧିକାର ଭାବେ ବିବେଚନା କରାଯାଏ। ସେଥିଲାଗି ସିସିଟିଭି ଇନଷ୍ଟଲେସନ ଓ ଅପରେସନ କୌଣସି ରେସିଡେନ୍ସିଆଲ ଅଂଶରେ କରିବାକୁ ହେଲେ ସେଠାରେ ବସବାସ କରୁଥିବା ସମସ୍ତଙ୍କର ସହମତି ଜରୁରୀ। ସେଥିଲାଗି ସେଠାରେ ଲାଗିଥିବା ୫ଟି ସିସିଟିଭି କ୍ୟାମେରାକୁ ତୁରନ୍ତ ହଟାଇବାକୁ ନିର୍ଦେଶ ଦେଇଥିଲେ ହାଇକୋର୍ଟ।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *