ଶକ୍ତିଶାଳୀ ହେବାକୁ ଯାଉଛି ଭାରତୀୟ ନୌସେନା। ସମୁ୍ଦ୍ରରେ ବଢିବାକୁ ଯାଉଛି ନୌବୀରଙ୍କ ବଳ । ପ୍ରଥମ ଥର ପାଇଁ ନୌସେନାରେ ଏକାସଙ୍ଗରେ ସାମିଲ ହେବାକୁ ଯାଉଛି ବୁଡାଜାହଜ, ଡେଷ୍ଟ୍ରୟର ଓ ମିସାଇଲ ଫ୍ରିଗେଟ୍ ।ଶତ୍ରୁକୁ ଚମକା ଦେବ ଭାରତୀୟ ନୌସେନା । ଭାରତୀୟ ନୌସେନାକୁ ପ୍ରେଜେକ୍ଟ ୭୫ ଶେଷ କାଲଭରି କ୍ଲାସର ବୁଡାଜାହଜ, ଆଇଏନଏସ ୱାଗସିର ସହ ପ୍ରୋଜେକ୍ଟ ୧୫ ର ଶେଷ ବିଧ୍ବଂସକ ଜାହଜ ଆଇଏନଏସ ସୁରଟ ଏବଂ ପ୍ରୋଜେକ୍ଟ ୧୭ ଏରେ ଏକ ନୀଳଗିରି କ୍ଲାସ ଜାହାଜ, ଆଇଏନଏସ ନୀଳଗିରି ଯୋଗାଇ ଦିଆଯିବ । ୨୦୨୫ ଜାନୁଆରୀରେ ମୁମ୍ବାଇରେ ଏହାକୁ ସାମିଲ କରାଯିବ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now