ଭୂକମ୍ପ ଝଟକାରେ ଥରିଲା ଇରାନ

Spread the love

ଭୂକମ୍ପ ଝଟକାରେ ଥରିଲା ଇରାନ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରେକର୍ଡ କରାଯାଇଛି। ଭୂକମ୍ପ ଝଟକାରେ ଇରାନରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୨୦ ଜଣରୁ ଅଧିକ ଆହତ ହୋଇଛନ୍ତି। ପ୍ରାୟ ୩୫ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ଇରାନର ଉତ୍ତରପୂର୍ବ ଦିଗରେ ଥିବା କଶମର ସହରରେ ଏହି ଭୂକମ୍ପ ଅନୁଭୂତ ହୋଇଛି। କଶମର ସହରର ୧୦ କିମି ଗଭୀରରେ ଏହାର କେନ୍ଦ୍ର ସ୍ଥଳ ଥିବା ଜଣାଯାଇଛି।

ଭୂକମ୍ପ ଯୋଗୁ ସହରର ବହୁ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିବା ବେଳେ ରାସ୍ତାରେ ଫାଟ ହୋଇଛି। ଏହାପରେ ତୁରନ୍ତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଏଥିସହ ବିଲ୍ଡିଂ ତଳେ ଅଧିକ ଲୋକ ଫସିଥିବା ଆଶଙ୍କାରେ ଉଦ୍ଧାରକାରୀ ଦଳ ଜୋରସୋରରେ ଅଭିଯାନ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *