ନୂଆ ଟିମ୍ ଘୋଷଣା କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ନିଜର ନୂଆ ଟିମ୍ ଘୋଷଣା କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଆଜି ବିଜେପି ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ମନମୋହନ ସାମଲ ୩୫ ଜଣିଆ ତାଲିକା ଜାରି କରିଥିବା ବେଳେ ଏଥିରେ ୧୦ ଜଣ ଉପସଭାପତି ଓ ୫ ଜଣ ସାଧାରଣ ସମ୍ପାଦକ ଅଛନ୍ତି । ଉପସଭାପତି ଭାବେ ନାଉରି ନାୟକ, ଅପରାଜିତା ଷଡଙ୍ଗୀ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋଲକ ପ୍ରସାଦ ମହାପାତ୍ର, କୁସୁମ ଟେଟେ, ଲେଖାଶ୍ରୀ ସାମନ୍ତସିଂହାର, ସୁକେଶୀ ଓରାମ, ବିରଂଚି ନାରାୟଣ ତ୍ରିପାଠୀ ଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଯତୀନ ମହାନ୍ତି, ପୂର୍ଣ୍ଣିମା କେର୍କେଟା, ସାରଦା ପ୍ରସାଦ ଶତପଥୀ, ମାନସ କୁମାର ମହାନ୍ତି, ସୀମାଂଚଳ ଖଟେଇ ପ୍ରମୁଖ ରହିଛନ୍ତି ।
ସେହିପରି ସମ୍ପାଦକ ଭାବେ ରମେଶ ଚନ୍ଦ୍ର ସାହୁ, ଟଙ୍କଧର ତ୍ରିପାଠୀ, ନବୀନ ରାମ, ସିପ୍ରୋ ବାଜପେୟୀ, ଅଭିମନ୍ୟୁ ସେଠୀ, ସରୋଜ କୁମାର କର, କୃଷ୍ଣଚନ୍ଦ୍ର ମହାପାତ୍ର, କସ୍ତୁରୀ ମିଶ୍ର, ପୂର୍ଣ୍ଣିମା ନାୟକ, ଇରାସିସ ଆଚାର୍ଯ୍ୟ ପ୍ରମୁଖ ରହିଛନ୍ତି । ସେହିଭଳି ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ହୋଇଥିବା ବେଳେ ମହିଳା ମୋର୍ଚ୍ଚା ସଭାପତି ହୋଇଛନ୍ତିଐଶ୍ୱର୍ଯ୍ୟା ବିଶ୍ୱାଳ । କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ, ଏସଟି ମୋର୍ଚ୍ଚାର ସଭାପତି ଭାବେ ନିତ୍ୟାନନ୍ଦ ଗଣ୍ଡ, ଏସସି ମୋର୍ଚ୍ଚା ସଭାପତି ଭାବେ ବିଭୁ ପ୍ରସାଦ ତରାଇ, ଓବିସି ମୋର୍ଚ୍ଚା ସଭାପତି ଭାବେ ସୁରଥ ବିଶ୍ୱାଳଙ୍କୁ ଦାୟିତ୍ୱ ଦିଆଯାଇଛି ।