ମୁଣ୍ଡୁଳି, ନରାଜ, ଜୋବ୍ରା ବ୍ୟାରେଜ୍ ବୁଲି ଦେଖିଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍

Spread the love

ସମ୍ବଲପୁର, ୨୬ ମଇ- ଦ୍ଵିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପାଇଁ ଓଡ଼ିଶା ଆସିଥିବା ମହାନଦୀ ଟ୍ରିବ୍ୟୁନାଲ ଟିମ୍ ଆଜି ସପ୍ତମ ଦିନରେ ମୁଣ୍ଡୁଳି, ନରାଜ, ଜୋବ୍ରା ବ୍ୟାରେଜ୍ ବୁଲି ଦେଖିଛନ୍ତି । ବିଭିନ୍ନ ସ୍ଥାନରେ ମହାନଦୀରେ ଜଳର ସ୍ଥିତି ଯାଂଚ୍ କରିଛି ଟିମ୍ । ବ୍ୟାରେଜ୍ କ୍ଷମତା ଓ ତ୍ରିକୋଣୀୟ ଭୂମି ବୁଲି ଦେଖିବା ସହ ସାପୁଆ ନଦୀ ମୁହାଣର ସ୍ଥିତି ଯାଂଚ୍ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୨୭ ଓ ୨୮ ତାରିଖରେ ପୁରୀ ଗସ୍ତରେ ଯାଇ ଚିଲିକା ମୁହାଣ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।

ଏହି ଟିମ୍ ରେ ରହିଛନ୍ତି ମହାନଦୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ୍ ଏ.ଏମ. ଖାନୱିଲକର, ଡଃ. ଜଷ୍ଟିସ୍ ରବି ରଞ୍ଜନ ଏବଂ ଶ୍ରୀମତୀ ଜଷ୍ଟିସ୍ ଇନ୍ଦରମିତ କୌର ।

Leave a Reply

Your email address will not be published. Required fields are marked *