ବଦଳିଗଲା ପିଏମଓର ଠିକଣା। ପିଏମଓର ନୂଆ ଠିକଣା ହେଲା ସେବା ତୀର୍ଥ। ପ୍ରଧାନମନ୍ତ୍ରୀ ମୋଦି ଆଜି ସେବା ତୀର୍ଥ ବିଲିଡିଂ କମ୍ପ୍ଲେକ୍ସର ଉଦଘାଟନ ସହ କର୍ତ୍ତବ୍ୟ ଭବନକୁ ଉଦଘାଟନ କରିଛନ୍ତି। ଏଇଠାରୁ ହିଁ ନିଜ ଅଫିସ ସଞ୍ଚାଳିତ କରିବେ ପିଏମ୍। ଆଜିଠୁ ରାଇସିନା ହିଲ୍ ସ୍ଥିତ ସାଉଥବ୍ଲକରୁ ସେବା ତୀର୍ଥକୁ ଅଫିସ ସିଫ୍ଟ ହୋଇଯାଇଛି। ଏଠାରେ ପିଏମଓ ବ୍ୟତୀତ ନାସନାଲ ସିକ୍ୟୁରିଟି କାଉନସିଲ ସଚିବାଳୟ ଓ କ୍ୟାବିନେଟ ସଚିବାଳୟ ବି ସଞ୍ଚାଳିତ ହେବ। ଏହି ଅବସରରେ ଅନେକ ଜରୁରୀ ଫାଇଲରେ ଦସ୍ତଖତ କରିଛନ୍ତି ମୋଦି। ଏହି ସେବା ତୀର୍ଥ ସେବା ଭାବନାର ଭରିରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସମାଜର ସବୁ ବର୍ଗ ଅର୍ଥାତ୍, ମହିଳା, ଯୁବ, ଚାଷୀ ଓ ଦୁର୍ବଳ ଶ୍ରେଣୀର ଲୋକଙ୍କ ହିତରେ ସେ ଅନେକ ମହତ୍ତ୍ୱପୂର୍ଣ୍ଣ ଫାଇଲରେ ଦସ୍ତଖତ କରିଛନ୍ତି। ତେବେ କେଉଁ ଫାଇଲରେ ଦସ୍ତଖତ କଲେ ମୋଦି। ପିଏମ ରାହତ ଯୋଜନା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି ମୋଦି। ଏହି ଯୋଜନା ପ୍ରତି ନାଗରିକଙ୍କ ଲାଗି ଜୀବନରକ୍ଷାକାରୀ ସାଜିବ। ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ୍ ଚିକିତ୍ସା ମିଳିବ। ଏହାର ଉଦ୍ଦେଶ୍ୟ, ତୁରନ୍ତ ମେଡିକାଲ ସାହାଯ୍ୟ ନ ମିଳିବାରୁ ଯେମିତି କୌଣସି ଜୀବନ ହାନି ନ ହୁଏ, ଏହାକୁ ସୁନିଶ୍ଚିତ କରିବା। ଲକ୍ଷପତି ଦିଦିଙ୍କ ଲକ୍ଷ୍ୟକୁ ଦୁଇଗୁଣା କରି ୬ କୋଟି କରିଛନ୍ତି ପ୍ରଧାନମନ୍ତ୍ରୀ। ସରକାର ପୂର୍ବରୁ ୩ କୋଟି ଲକ୍ଷପତି ଦିଦି ସଂଖ୍ୟା ପାର୍ କରିସାରିଛନ୍ତି। ଏହି ମୂଳ ଟାର୍ଗେଟ ମାର୍ଚ୍ଚ ୨୦୨୭ର ବର୍ଷକ ପୂର୍ବରୁ ହିଁ ପୁରା ହୋଇଯାଇଥିଲା। ଏବେ ମାର୍ଚ୍ଚ ୨୦୨୯ ଯାଏ ୬ କୋଟି ଲକ୍ଷପତି ଦିଦି କରିବାକୁ ଟାର୍ଗେଟ ରଖାଯାଇଛି। ଏହା ଗ୍ରାମୀଣ ମହିଳାଙ୍କ ଆର୍ଥିକ ଶକ୍ତିକୁ ଅଧିକ ବଳ ଦେବ। କୃଷି ଭିତ୍ତିଭୂମି ପାଣ୍ଠିକୁ ଦ୍ୱିଗୁଣା କରି ୨ ଲକ୍ଷ କୋଟି କରିଛନ୍ତି ମୋଦି। ପୂର୍ବରୁ ଚାଷୀଙ୍କ ଲାଗି ୧ଲକ୍ଷ କୋଟି ଟଙ୍କାର ଫଣ୍ଡ ଥିଲା। ଏହି ବର୍ଦ୍ଧିତ ପାଣ୍ଠି କୃଷିର ଭାଲ୍ୟୁ ଚେନ୍ ଉତ୍ପାଦନରୁ ନେଇ ସଂରକ୍ଷଣ, ବଜାର ମଝଭୁତ୍ କରିବ। ଷ୍ଟାର୍ଟଅପ ଇଣ୍ଡିଆ ପାଣ୍ଠି ୨.୦କୁ ୧୦ହଜାର କୋଟି ଟଙ୍କା ଦିଆଗଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now