ରବୀନ୍ଦ୍ରନାଥ ଟାଗୋରଙ୍କ ଘର ଶାନ୍ତିନିକେତନ ବିଶ୍ୱ ଐତିହ୍ୟ ସୂଚୀରେ ଜଲ୍‌ଦି ହେବ ସାମିଲ, ଆଇସିଓଏମ୍‌ଓଏସ୍ କଲା ସୁପାରିଶ

ନୂଆଦିଲ୍ଲୀ : ନୋବେଲ ପୁରସ୍କାର ବିଜେତା ରବୀନ୍ଦ୍ରନାଥ ଟାଗୋରଙ୍କ ଘରେ ଶାନ୍ତିନିକେତନକୁ ଭାରତର ବୈଶ୍ୱିକ  ଐତିହ୍ୟ  ସ୍ଥଳ ତାଲିକାରେ ସାମିଲ କରାଯିବ । ବୁଧବାର ଦିନ କେନ୍ଦ୍ରୀୟ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜି କିଶନ ରେଡ୍ଡୀ ଟ୍ୱୀଟ୍ କରି କହିଛନ୍ତି ଯେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀରେ ଭାରତ ପାଇଁ ବଡ଼ ଖବର । ଶାନ୍ତିନିକେତନ, ପଶ୍ଚିମବଙ୍ଗକୁ ୟୁନେସ୍କୋ ବିଶ୍ୱ  ଐତିହ୍ୟ  କେନ୍ଦ୍ରର ନିର୍ଦ୍ଦେଶକ ଶାଖା  ଆଇସିଓଏମ୍‌ଓଏସ୍ ଦ୍ୱାରା ବିଶ୍ୱ ଐତିହ୍ୟ ସୂଚୀରେ ସାମିଲ କରିବାର ସୁପାରିଶ କରାଯାଇଛି । ସେ କହିଛନ୍ତି ଯେ ଏହି ଖବର ଦୁନିଆକୁ ଆମର ସମୃଦ୍ଧ ସାଂସ୍କୃତିକ ବିରାସତର ପ୍ରଦର୍ଶନ କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଜନକୁ ଆଗକୁ ବଢ଼ାଇବ । ଏହାର ଔପଚାରିକ ଘୋଷଣା ସେପ୍ଟେମ୍ବର ୨୦୨୩ରେ ରିୟାଦ, ସାଉଦୀ ଆରବରେ ହେବାକୁଥିବା ବିଶ୍ୱ ଐତିହ୍ୟ ସମିତିର ବୈଠକରେ କରାଯିବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *