ମଧ୍ୟପ୍ରଦେଶର ବଡ ଆତଙ୍କୀ ସଂଗଠନର ଖୁଲାସା , ହାଇଦ୍ରାଦରୁ ଗିରଫ ଅଭିଯୁକ୍ତକୁ ନିଆଗଲା ଭୋପାଳ

Spread the love

ଭୋପାଲ : ମଧ୍ୟପ୍ରଦେଶରେ ଆତଙ୍କବାଦ ଘଟାଉଥିବା ଗୋଟିଏ ବଡ ସଂଗଠନର ଖୁଲାସା ହୋଇଛି ।  ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନା ଏଟିଏସ ରାଜଧାନୀ ଭୋପାଳ, ଛିନ୍ଦବାଡା ଏବଂ ହେଇଦେରାବାଦରୁ କଟ୍ଟର ପନ୍ଥି ଇସଲାମାବାଦ ସଂଗଠନ ହିଜ୍ୱ ଇତ୍ ତହରିରରେ ମିଶିଥିବା ୧୬ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରୁ ୧୦ ଜଣ ଭୋପାଲରୁ , ଜଣେ ଛିନ୍ଦବାଡାରୁ ଓ ୫ ଜଣ ହାଇଦେରାବାଦରୁ ଗିରଫ  କରାଯାଇଛି ।  ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ  ରିମାଣ୍ଡରେ ନେଇ ପଚରା ଉଚରା କରାଯାଉଛି ।  ହାଇଦେରାବାଦରୁ ଗିରଫ ହୋଇଥିବା ସନ୍ଦୀଗ୍ଧକୁ ଭୋପାଳ ନିଆଯାଇଛି ।  ଏହି ସୁଚନା ବୁଧବାରଦିନ ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତମ ମିଶ୍ର ଦେଇଛନ୍ତି ।

Leave a Reply

Your email address will not be published. Required fields are marked *