ଭୟଙ୍କର ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୨

ଚିଲିରେ ଭୟଙ୍କର ଭୂକମ୍ପ ଝଟକା। କେଲାମା ନିକଟସ୍ଥ ଏଣ୍ଟୋଫାଗାସ୍ତା ଅଞ୍ଚଳରେ ସକାଳୁ ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଛି । ଏନେଇ ଇଏମଏସସି ସୂଚନା ଦେଇଛି । ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ କେଲାମାରୁ ୮୪ କିଲୋମିଟର ଉତ୍ତର-ପଶ୍ଚିମ ଏବଂ ପୃଥିବୀ ପୃଷ୍ଠରୁ ୧୦୪ କିଲୋମିଟର ଗଭୀରରେ ଥିଲା । ତେବେ ଏତେ ବଡ଼ ଭୂକମ୍ପ ହୋଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ସୁନାମୀ ଆଲର୍ଟ ଜାରି କରାଯାଇ ନାହିଁ । ବିଶେଷ କ୍ଷୟକ୍ଷତି ନେଇ ମଧ୍ୟ ତଥ୍ୟ ମିଳିପାରି ନାହିଁ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *