କେରଳ ହେଲା କେରଳମ୍- ମୋହର ମାରିଲା କେନ୍ଦ୍ର କ୍ୟାବିନେଟ୍

କେରଳ ନାଁ ବଦଳି ଏବେ ହେଲା କେରଳମ୍।  ଏହାକୁ କେନ୍ଦ୍ର କ୍ୟାବିନେଟ୍‌ ମୋହର ଲଗାଇଛି। କେରଳ ବିଧାନସଭାରେ ପୂର୍ବରୁ ଅଧିକାରୀକସ୍ତରରେ ରାଜ୍ୟର ନାଁ ବଦଳାଇ କେରଳମ କରିବାକୁ ପ୍ରସ୍ତାବ ପାରିତ ହୋଇଥିଲା। ରାଜ୍ୟ ସରକାରଙ୍କ ତର୍କ ହେଲା କି, ମାଲାୟାଲମ ଭାଷାରେ ରାଜ୍ୟକୁ କେରଳମ୍ କୁହାଯାଏ। କେରଳରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଏହା ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଏଭଳି ନିଷ୍ପତ୍ତି ଫଳରେ ରାଜ୍ୟର ସାଂସ୍କୃତିକ ଓ ଭାଷାର ପରିଚୟକୁ ମଝଭୁତି ମିଳିବ। ୨୦୨୪ କେରଳ ବିଧାନସଭାରେ ନାଁ ବଦଳାଇବା ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ କହିଥିଲେ, ରାଜ୍ୟକୁ କେରଳମ୍ କୁହାଯାଏ। ଏହା ମାଲାୟାଲମ କହୁଥିବା ଲୋକଙ୍କୁ ଏକୀକୃତ ରାଜ୍ୟର ସ୍ୱତନ୍ତ୍ରତା ଆନ୍ଦୋଳନ ସହ ଜଡ଼ିତ ଏକ ସ୍ୱର ଅଟେ। କିନ୍ତୁ ରାଜ୍ୟର ସମ୍ୱିଧାନର ପ୍ରଥମ ସିଡ୍ୟୁଲରେ କେରଳ ଲେଖାଯାଇଛି। କେନ୍ଦ୍ର ସରକାରଙ୍କୁ ବିଜୟନ ଅନୁରୋଧ କରିଥିଲେ ଯେ, ସମ୍ୱିଧାନର ଆର୍ଟିକିଲ୍ ୩ ଆଧାରରେ କେରଳମ୍ କରିବାକୁ ତୁରନ୍ତ ପଦକ୍ଷେପ ନିଅନ୍ତୁ। ଏହା ସହ ସମ୍ୱିଧାନର ଅଷ୍ଟମ ଅନୁଛେଦରେ କୁହାଯାଇଥିବା ସମସ୍ତ ଭାଷାରେ ଏହାର ନାଁ ବଦଳାଇ କେରଳମ୍ କରିଦିଆଯାଉ। ଚଳିତ ବର୍ଷ ଜାନୁଆରୀରେ କେରଳ ବିଜେପି ସଭାପତି ରାଜୀବ ଚନ୍ଦ୍ରଶେଖର ବି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ରାଜ୍ୟର ଅଧିକାରିକ ନାଁ କେରଳରୁ ବଦଳାଇ କେରଳମ୍ କରିବାକୁ ଦାବି କରିଥିଲେ। କେରଳମ ନାଁ ମାଲାୟଲମ ଭାଷା ଓ ରାଜ୍ୟର ସାଂସ୍କୃତିକ ପରିଚୟ ସହ ଗଭୀର ଭାବେ ଜଡ଼ିତ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *