ମଦରେ ବିଷ ମିଶାଇ ପିଇଲା ଯୁବକ,ହାରିଲା ଜୀବନ

Spread the love

ବାଦାଉନ୍: ଉତ୍ତରପ୍ରଦେଶର ବାଦାଉନରେ ପତ୍ନୀ ଏବଂ ପିଲାମାନଙ୍କ ସହିତ ମଦ୍ୟପାନକୁ ନେଇ ବିବାଦ ଦେଖା ଦେବାପରେ ସ୍ବାମୀ ମଦ୍ୟପାନରେ ବିଷ ମିଶାଇ ସମସ୍ତଙ୍କ ସାମ୍ନାରେ ପିଇଥିଲେ। ପରିବାର ଲୋକେ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ନିକଟସ୍ଥ ଜଙ୍ଗଲ ଆଡକୁ ପଳାଇଥିଲେ। ଘରୁ ପ୍ରାୟ 100 ମିଟର ଦୂରରେ ଜଙ୍ଗଲରେ ଚେତାଶୂନ୍ୟ ହୋଇ ପଡ଼ିଲେ। ସମ୍ପର୍କୀୟମାନେ ଶୀଘ୍ର ତାଙ୍କୁ ନିକଟସ୍ଥ CHCକୁ ଚିକିତ୍ସା ପାଇଁ ନେଇଥିଲେ।ତେବେ ଡାକ୍ତରମାନେ ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଜିଲ୍ଲା ମୁଖ୍ୟାଳୟକୁ ପଠାଇଛି।

ପୋଲିସ ସୂତ୍ରରୁ ପ୍ରକାଶଖବର ନେବାରୁ ଜଣାଯାଇଛି କୋତୱାଲୀ କ୍ଷେତ୍ର ଫତେପୁର ଗ୍ରାମର ଗଜରାମ ମୌର୍ଯ୍ୟଙ୍କ ମଦ୍ୟପାନକୁ ନେଇ ତାଙ୍କ ପତ୍ନୀ ଓ ଝିଅଙ୍କ ସହିତ ବାରମ୍ବାର ଝଗଡା ଲାଗି ରହୁଥିଲା।ଗତ ରବିବାର ଦିନ ସେହି କାରଣରୁ ପୁନର୍ବାର ପରିବାର ଲୋକଙ୍କ ମଧ୍ୟରେ ଝଗଡା ହୋଇଥିଲା।ତେବେ ପୁଣି ସୋମବାର ଦିନ ସକାଳେ ଗଜରାମ ମଦ୍ୟପାନ କରିଥିଲା। ଏହାକୁ ଘର ଲୋକେ ବିରୋଧ କରିଥିଲେ। ଏଥିରେ ଊତ୍ତ୍ୟକ୍ତ ହୋଇ ନିଶାସକ୍ତ ଅବସ୍ଥାରେ ଗଜରାମ ହଠାତ୍ କେଊଁଆଡେ ଚାଲିଯାଇ  ମୂଷାମାରୀ ଔଷଧ ନେଇ ଆସିଥିଲା।ମୃତକଙ୍କ ଝିଅ ମୂଷାମାରୀ ଔଷଧ ପ୍ୟାକେଟକୁ ଫୋପାଡି ଦେଇଥିଲେ।ପୁଣି ଗଜରାମ ବିଷ ପ୍ୟାକେଟକୁ ତଳୁ ଊଠାଇ ମଦରେ ମିଶାଇ ସମସ୍ତଙ୍କ ଊପସ୍ଥିତିରେ ପିଇ ଦେଇଥିଲେ ଓ ତାପରେ ନିକଟସ୍ଥ ଜଙ୍ଗଲ ଆଡକୁ ଦୌଡି ପଳାଇଥିଲେ। କିଛି ଦୂର ଗଲା ପରେ ଗଜରାମ ଅଚେତ ଅବସ୍ଥାରେ ତଳେ ପଡି ଯାଇଥିଲେ।ଅଚେତ ଅବସ୍ଥାରେ ପରିବାର ଲୋକେ ତାଙ୍କୁ  ଡାକ୍ତରଖାନାକୁ ନେଇ ଯାଇଥିଲେ ।ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *