ଅପରାଧଜାତୀୟଦୁର୍ନୀତି ଓ କାଣ୍ଡ

ବିହାରରେ ବାଲି ମାଫିଆଙ୍କ ଦାଦାଗିରି

MAFIA ATTACK OFFICER..PKG

()ପାଟନା:  ବିହାରରେ ବାଲି ମାଫିଆଙ୍କ ଦାଦାଗିରି। ବେଆଇନ ବାଲି ଖନନ ଓ ଚୋରା ଚାଲାଣ ରୋକିବାକୁ ଯାଇ ଜଣେ ମହିଳା ଅଧିକାରୀ ବାଲି ମାଫିଆଙ୍କ ସଂଘବଦ୍ଧ ଆକ୍ରମଣର ଶୀକାର ହୋଇଛନ୍ତି। ମହିଳା ଅଧିକାରୀଙ୍କ ଚୁଟିକୁ ଘୋଷାରି ଯେଭଳି ସଂଘବଦ୍ଧ ଆକ୍ରମଣ କରିଛନ୍ତି ମାଫିଆ, ତାହା ଦେଖିଲେ ଲୋମ ଟାଙ୍କୁରି ଯିବ। ବିହାରରେ ମଦ ମାଫିଆଙ୍କ ଲାଗି ବିଷାକ୍ତ ମଦରେ ମୋତିହାରିରେ ମୃତ୍ୟୁ ସଂଖ୍ୟା କ୍ରମାଗତ ବଢ଼ୁଥିଲା ବେଳେ ପାଟନାର ବିହଟାରେ ବାଲି ମାଫିଆଙ୍କ ଏଭଳି ଆକ୍ରମଣକୁ ନେଇ ବିହାର ରାଜନୀତି ପୁଣି ଘମାସାନ ହୋଇଛି।

ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ମହିଳା ଅଧିକାରୀଙ୍କ ଚୁଟି ଘୋଷାଡ଼ିଲେ ତଳେ ପକାଇ ଯିଏ ଚାହିଁଲା ମାଡ଼ ମାରିଲା ଗାଳିଗୁଲଜ କଲେ, ଗୋଇଠା ମାରିଲେ। ଆଉ ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ଲହୁ ଲୁହାଣ ହୋଇଗଲେ ମହିଳା ଅଧିକାରୀ। ବିହାର ପାଟନାର ବିହଟା ଅଞ୍ଚଳରୁ ଏଭଳି ଅଭାବନୀୟ ଦୃଶ୍ୟ ଆସିଛି ଆକ୍ରମଣ ବେଳର ଭିଡ଼ିଓ ଜୋରଦାର ଭାଇରାଲ ହେବାରେ ଲାଗିଛି। ଆକ୍ରମଣକାରୀ ହେଲେ ବାଲି ମାଫିଆ। ପରେଓ ଗାଁରେ ବେଆଇନ ବାଲି ଖନନ ଓ ବାଲି ଚୋରା ଚାଲାଣକୁ ରୋକିବାକୁ ଯାଇ ଏମିତି ଆକ୍ରମଣର ଶୀକାର ହୋଇଛନ୍ତି ମହିଳା ଅଧିକାରୀ। ଅବୈଧ ବାଲି ଖନନକୁ ରୋକିବାକୁ ଯାଇଥିଲେ ଖଣି ବିଭାଗର ଏହି ମହିଳା ଅଧିକାରୀ ଜଣକ। ଆକ୍ରମଣ କରିଥିବା ୪୪ ଜଣଙ୍କୁ ପୁଲିସ ଗିରଫ କରିଛି ସନ୍ଦର୍ଭରେ ତିନୋଟି ଏତଲା ବି ରୁଜୁ ହୋଇଛି। ମହିଳା ଅଧିକାରୀଙ୍କୁ ଯେଉଁ ଅସାମାଜିତ ତତ୍ତ୍ୱ ସେତେବେଳେ ଘେରିଯାଇଥିଲେ। ଯେତେବେଳେ ଅଧିକାରୀ ଜଣକ ବାଲି ଖନନ ସମ୍ୱନ୍ଧିତ ଅଭିଯାନକୁ ସାକାର ରୂପ ଦେବାକୁ ଚେଷ୍ଟିତ ଥିଲେ। ମହିଳା ଅଧିକାରୀଙ୍କୁ ଆକ୍ରମଣ ସହ ଜିଲ୍ଲା ଖନନ ଅଧିକାରୀ ଓ ୨ ଜଣ ରାଜସ୍ୱ ନିରୀକ୍ଷକ ବି ଗୁରୁତର ଆହତ ହୋଇଛନ୍ତି।

ମହିଳା ଅଧିକାରୀ ଜଣକ ଜୀବନ ବିକଳରେ ଦୌଡ଼ିଥିଲେ। ହେଲେ ନିର୍ଦୟ ବାଲି ମାଫିଆ ତାଙ୍କୁ ଛାଡ଼ିନଥିଲେ। ତାଙ୍କ ଉପରକୁ ପଥର ଫିଙ୍ଗିବା ସହ ବାଡ଼ିରେ ବାଡ଼େଇ ଚାଲିଥିଲେ। ସୋମବାର ଅପରାହ୍ନର ଘଟଣା ପ୍ରାୟ ସାଢେ ୩ଟା ବେଳେ ଜିଲ୍ଲା ଖଣି ଅଧିକାରୀ, ଜିଲ୍ଲା ପରିବହନ ଅଧିକାରୀ ଦାନପୁର ଏଡିଏମ ପୁରା ଟିମ୍ ସହ କୋଇଲଓ୍ୱାରା ପୋଲ ତଳେ ଚାଲିଥିବା ବେଆଇନ ବାଲି ଖନନ ଉପରେ ରେଡ୍ କରିଥିଲେ କିନ୍ତୁ ଅଚାନକ ମାଫିଆ ସଂଘବଦ୍ଧ ଆକ୍ରମଣ ଆରମ୍ଭ କରିଦେଇଥିଲେ ଏଥିରେ ଖଣି ଅଧିକାରୀ କୁମାର ଗୌରବ, ଦୁଇ ଜଣ ମାଇନିଂ ଇନ୍ସପେକ୍ଟର ସୟେଦ ଫରହିନ୍, ଅମ୍ୟା କୁମାରୀ ଆକ୍ରମଣରେ ଆହତ ହୋଇଛନ୍ତି। ଘଟଣା ବାବଦରେ ସୂଚନା ପାଇବା ପରେ ତୁରନ୍ତ ଅଧିକ ପୁଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ୫୦ରୁ ଅଧିକ ଗାଡ଼ି ଜବତ କରାଯାଇଛି। ଗୋଟିଏ କଳା ସ୍କର୍ପିଓ ଯେଉଁଥିରେ ଓ୍ୱାୟାରଲେସ ସେଟ୍ ଲାଗିଥିଲା, ସେ ଗାଡ଼ିକୁ ବି ଜବତ ହୋଇଛି ପୁରା ଘଟଣାର ମାଷ୍ଟରମାଇଣ୍ଡକୁ ତୁରନ୍ତ ଚିହ୍ନଟ କରି ଗିରଫ କରାଯିବ ବୋଲି ପୁଲିସ କହିଛି

ମାଫିଆଙ୍କ ଦୌରାତ୍ମ୍ୟକୁ ନେଇ ନୀତିଶ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିରୋଧୀ ଦଳ ନେତା ବିଜୟ ସିହ୍ନା କହିଛନ୍ତି, ବିହାରରେ ଗୁଣ୍ଡାରାଜ ଫେରିଛି ବିହଟାରେ ଘଟିଥିବା ଏହି ଅମାନୁଷିକ ଘଟଣା ଗୁଣ୍ଡାରାଜର ସବୁ ସୀମା ପାର୍ କରିଦେଲା ମହିଳା ଅଧିକାରୀଙ୍କୁ ଘୋଷାଡ଼ି ମାଫିଆ ଯେଭଳି ମରଣାନ୍ତକ ଆକ୍ରମଣ କଲେ, ତାହା ସବୁଠୁ ନିନ୍ଦନୀୟ। ମୁଖ୍ୟମନ୍ତ୍ରୀଙ୍କୁ ଏହାର ଜବାବ ଦେବାକୁ ପଡ଼ିବ ସରକାର କହିଛନ୍ତି, କୌଣସି ମାଫିଆ ଆକ୍ରମଣକାରୀ ଆଇନ ଆଖିରୁ ବର୍ତ୍ତିପାରିବେନି

ଗଲା ଦୁଇ ବର୍ଷ ଭିତରେ ମାଫିଆଙ୍କ ଆକ୍ରମଣ ମାଫିଆ ଗୋଷ୍ଠୀ ଭିତରେ ସଂଘର୍ଷରୁ ବିହାରରେ ପ୍ରାୟ ୨୮ ଜଣଙ୍କ ଜୀବନ ଗଲାଣି ବୋଲି ସୂଚନା ମିଳୁଛି। ବିଶେଷ କରି ବାଲି,ଖଣି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଗଲା ବର୍ଷ ସେପ୍ଟେମ୍ୱର ୨୯ ରେ ବିହଟା ବ୍ଲକ ଅନ୍ତର୍ଗତ ଦିଆରା ଓ ମାନେରରେ ବେଆଇନ ବାଲି ଖନନକୁ କେନ୍ଦ୍ର କରି ଜଣ ଲୋକଙ୍କୁ ଗୁଳି କରି ମାରିଦିଆଯାଇଥିଲା ନଭେମ୍ୱର ୩,୨୦୨୨ରେ ଜମୁଇ ଜିଲ୍ଲାରେ ରେଡ୍ ବେଳେ ଜଣେ ମାଜିଷ୍ଟ୍ରେଟ ଓ ୩ ପୁଲିସ କର୍ମୀଙ୍କୁ ବାଲି ମାଫିଆ ଆକ୍ରମଣ କରି ଗୁରୁତର କରିଦେଇଥିଲେ। ଫେବୃଆରୀ ୨୩, ୨୦୨୩ରେ ଶରଣ ଜିଲ୍ଲାରେ ମାଇନିଂ ଇନ୍ସପେକ୍ଟରଙ୍କୁ ଜୀଅନ୍ତା ଜାଳିଦେବାକୁ ଉଦ୍ୟମ କରିଥିଲେ ମାଫିଆ ସୋନପୁର ପାଖରେ ବାଲି ମାଫିଆଙ୍କ ଟ୍ରକ୍ ଜବତ କରିବାକୁ ଗଲାବେଳେ ଅଚାନକ ଏଭଳି ମରଣାନ୍ତକ ଆକ୍ରମଣର ଶୀକାର ହୋଇଥିଲେ ଅଧିକାରୀ। ମାର୍ଚ୍ଚ ୨୬, ୨୦୨୩ରେ ଗୟାରେ ପୁଲିସ ଟିମ୍ ଉପରକୁ ସଂଘବଦ୍ଧ ଆକ୍ରମଣ କରିଥିଲେ ବାଲି ମାଫିଆ ଜବତ ଜେସିବିକୁ ଜବରଦସ୍ତ ଛଡ଼ାଇ ନେଇଥିଲେ। ବିହାରରେ ବାଲି ମାପିଆଙ୍କ ଦୌରାତ୍ମ୍ୟରେ ରୋକ୍ ଲଗାଇବାକୁ ସରକାର ସେଭଳି ଆଖିଦୃଶିଆ ପଦକ୍ଷେପ ନେଇପାରିନାହାନ୍ତି ବୋଲି ନୀତିଶ ସରକାରଙ୍କୁ ସବୁବେଳେ ସମାଲୋଚିତ ହେବାକୁ ପଡ଼େ।

ବ୍ୟୁରୋ ରିପୋର୍ଟ ନକ୍ଷତ୍ର ନ୍ୟୁଜ୍

Related Articles

Leave a Reply

Your email address will not be published.

Back to top button