ଓଡ଼ିଶା

ଶକ୍ତିମନ୍ତ୍ରୀଙ୍କ ଘର ଆଗରେ ବିଞ୍ଚଣା ଓ ଲଣ୍ଠନ ଧରି ବି୍ଦ୍ୟୁତକାଟର ପ୍ରତିବାଦ କଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର : ରାଜ୍ୟରେ ଭୟଙ୍କର ବିଦ୍ୟୁତ କାଟ ହେଉଥିବା ବେଳେ ଶକ୍ତି ମନ୍ତ୍ରୀ ଏହାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନାହାନ୍ତି । ଜନ ସାଧାରଣ ଏହି ଅଘୋଷିତ ବିଦ୍ୟୁତ କାଟ କାରଣରୁ ହନ୍ତସନ୍ତ ହେଉଛନ୍ତି । ଏହାର ପ୍ରତିବାରେ ଆଦି ଶକ୍ତିମନ୍ତ୍ରୀଙ୍କ ଘର ଆଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଘୋଷିତ ବିଦ୍ୟୁତ କାଟକୁ ବିରୋଧ କରି ହାତରେ ବିଞ୍ଚଣା ଓ ଲଣ୍ଠନ ଧରି ବିକ୍ଷୋଭ କରିଛି ଛାତ୍ର କଂଗ୍ରେସ ।

ଆନ୍ଦୋଳନ କରୁଥିବା ଛାତ୍ର କଂଗ୍ରେସ କର୍ମୀଙ୍କର କହିବା କଥା ଯେ ଭୟଙ୍କର ଗରମରେ ସାରା ରାଜ୍ୟ ଆଉଟୁପାଉଟୁ ହେଉଥିବା ବେଳେ ଅଘୋଷିତ ବିଜୁଳି କାଟ ଲୋକଙ୍କ କଷ୍ଟକୁ ବହୁଗୁଣିତ କରିଛି । ମନ ଇଛା ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ କରୁଛନ୍ତି ବିତରଣ କମ୍ପାନି । ଅଘୋଷିତ ବିଦ୍ୟୁତ କାଟକୁ ନେଇ ଲୋକ ହନ୍ତସନ୍ତ ହେଉଥିବା ବେଳେ, ଏକଥାକୁ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କିନ୍ତୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି । ଯାହାର ପ୍ରତିବାଦ କରି ଏହି ବିକ୍ଷୋଭ କରାଯାଉଛି।

Leave a Reply

Your email address will not be published.

Back to top button