ଗଙ୍ଗାରେ ଡଙ୍ଗା ବୁଡି ୭ ନିଖୋଜ

Spread the love

ପାଟନା: ବିହାରର ପାଟନାରେ ଗଙ୍ଗା ନଦୀରେ ଡଙ୍ଗା ବୁଡିଯାଇଛି। ପାଟନା ଜିଲ୍ଲାର ମନେରରେ ଶୁକ୍ରବାର ଏକ ଡଙ୍ଗା ନଦୀରେ ବୁଡି ଯାଇଛି। ଏହି ଘଟଣାରେ ଅନେକ ନିଖୋଜ ରହିଛନ୍ତି। ଡଙ୍ଗାରେ ୧୪ ଜଣ ଯାତ୍ରା କରୁଥିଲେ। ପୁଲିସ ସୂଚନା ମୁତାବକ, ୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଆଉ ସାତ ଜଣଙ୍କ ଖୋଜା ଚାଲିଛି। ଏନଡିଆରଏଫ ଟିମ  ଉଦ୍ଧାର କାର୍ଯ୍ୟାରେ ନିୟୋଜିତ ହୋଇଛି।

ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି କି, ମନେର ଅଞ୍ଚଳର ମହାବୀର ଟୋଲା ଘାଟରୁ  ୧୪ ଜଣ ଏକ ଡଙ୍ଗାରେ ନଦୀ ପାର ହୋଇ ଦିଆରାରୁ ପଶୁଙ୍କ ଖାଦ୍ୟ ଆଣିବାକୁ ଯାଉଥିଲେ। ଡଙ୍ଗା ଦିୟାରାରୁ ଫେରୁଥିବା ବେଳେ ମହାବୀର ଘାଟ ଠାରୁ ଅଳ୍ପ କିଛି ଦୂରରେ ଡଙ୍ଗା ଓଲଟି ପଡିଥିଲା। ଦୁର୍ଘଟଣା ପରେ ୭ ଜଣ ଜେନତେନ ଉପାୟରେ ନଦୀ କୂଳକୁ ଆସିବାରେ ସମର୍ଥ ହୋଇଥିବା ବେଳେ ଅନ୍ୟମାନେ ନଦୀରେ ବହି ଯାଇଥିଲେ। ସେମାନଙ୍କ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ  ଟିମ ଲାଗିପଡିଛି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Leave a Reply

Your email address will not be published. Required fields are marked *