
ବାରାଣସୀ: ଜ୍ଞାନବାପୀ ମସଜିଦ ମାମଲାରେ ଗୁରୁବାର ଶୁଣାଣି ହୋଇଛି। ବାରାଣସୀ କୋର୍ଟ ଏହି ମାମଲାରେ ଶୁଣାଣି କରିଛନ୍ତି। ଆଜି ମସଜିଦକୁ ମୁସଲମାନଙ୍କ ପ୍ରବେଶକୁ ବାରଣ, ହିନ୍ଦୁଙ୍କୁ ମସଜିଦ ହସ୍ତାନ୍ତର ପରି ୩ଟି ଦାବି ସହ ଜଡିତ ଆବେଦନର ଶୁଣାଣି ହୋଇଥିବା ବେଳେ ମୁସଲମାନ ପକ୍ଷକୁ କୋର୍ଟଙ୍କ ପକ୍ଷରୁ ମିଳିଛି ଝଟକା। ମସଜିଦର ରକ୍ଷଣାବେକ୍ଷଣକୁ ଚ୍ୟାଲେଞ୍ଜ କରି ମୁସଲମାନ ପକ୍ଷ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଏଥିସହ ହିନ୍ଦୁ ପକ୍ଷରୁ ଆମେଦନ ଉପରେ ଶୁଣାଣି କରିବାକୁ ନିଷ୍ପତ୍ତି ହୋଇଛି। ମୁସଲମାନ ପକ୍ଷର ଆବେଦନକୁ ଅଯୋଗ୍ୟ କହିବା ସହ ହିନ୍ଦୁ ପକ୍ଷ ଶୁଣାଣି ପାଇଁ ଯୋଗ ଥିବା କହିଛନ୍ତି କୋର୍ଟ। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨ ତାରିଖରେ ହେବ।