
ନୂଆଦିଲ୍ଲୀ: ବିଜେପି ସାଂସଦ ସୁଶୀଲ ମୋଦିଙ୍କ ବିହାର ସରକାର ଉପରେ ଆକ୍ରମଣ। ସାରନର ଛାପ୍ରା ବିଷାକ୍ତ ମଦ ମୃତ୍ୟୁ ଉପରେ ନୀତିଶଙ୍କ ଅନୁକମ୍ପାକୁ ନେଇ ବୟାନ ଉପରେ ସୁଶୀଲ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମୋଦି କହିଛନ୍ତି, ୨୦୧୮ ଖଜୁର୍ବାନି ମଦ ମୃତ୍ୟୁରେ ଅନୁକମ୍ପା ଦିଆଯାଇଥିବା ବେଳେ ସାରନ ପାଇଁ କାହିଁ ନୁହେଁ।
ମୋଦି କହିଥିଲେ, ୨୦୧୮ର ମିଡିଆ ରିପୋର୍ଟ ଅନୁଯାୟୀ ମୁଖ୍ୟମନ୍ତ୍ରୀ ନିତିଶ କୁମାର କହିଥିଲେ କି, ଯଦି ମଦ ପିଇ ମୃତ୍ୟୁ ହୋଇଥିବା ପ୍ରମାଣିତ ହୁଏ ତେବେ ଅନୁକମ୍ପା ଯୋଗାଇ ଦେବେ। ସେତେବେଳେ ସେ ଖଜୁର୍ବାନି ମଦ ମୃତ୍ୟୁ ପାଇଁ ପ୍ରତି ମୃତକଙ୍କ ପିଛା ୪ ଲକ୍ଷ ଟଙ୍କା ଘୋଷଣା କରିଥିଲେ। ଏବେ କାହିଁକି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ସୁଶୀଲ। ସେ ଆହୁରି କହିଛନ୍ତି କି, ଯଦି ଆମ ସରକାର ଥାନ୍ତା ତେବେ ଏହି ବିପଦ କାଳରେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେଇଥାନ୍ତା। ନିୟମ ଅନୁଯାୟୀ ନିତିଶ ସାରନ ମତବିଭୀଷିକାର ପୀଡିତଙ୍କୁ ଅନୁକମ୍ପା ଯୋଗାଇଦାବା କଥା।
ଛାପ୍ରା ମଦ ମୃତ୍ୟଉକୁ ନେଇ ନିତିଶ କୁମାର ମଦ ପିଇ ମୃତ୍ୟୁବରଣ କରିବା ଲୋକଙ୍କ ପରିବାରକୁ ଅନୁକମ୍ପା ଦିଆଯିବ ନାହିଁ ବୋଲି କହିଥିଲେ। ଏହାକୁ କାଉଣ୍ଟର କରି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ନିତିଶଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି।