ବ୍ୟବସ୍ଥାପିକାର କାର୍ଯ୍ୟଧାରା ଉପରେ ନ୍ୟାୟପାଳିକା ଅଯଥା ହସ୍ତକ୍ଷେପ ନ କରୁ

Spread the love

() ଗଣତନ୍ତ୍ରର ମନ୍ଦିର ମଳିନ ହେଲାଣି। ନିର୍ବାଚିତ ସଦସ୍ୟ ଜନତା ଆଖିରେ ଉପହସିତ ହେଲେଣି। ନିଜର ଆଚରଣକୁ ସୁଧାରନ୍ତୁ। ରାସ୍ତା ବାହାର କରିବାକୁ ପଡ଼ିବ। ବିକଳ୍ପ ନାହିଁ। ନ୍ୟାୟପାଳିକା ନିଜ ସୀମା ଭିତରେ ରହୁ। ଗଣତନ୍ତ୍ରରେ ସଂସଦ ହିଁ ସର୍ବୋଚ୍ଚ। ସେଥିଲାଗି କାର୍ଯ୍ୟପାଳିକା ନିର୍ଦେଶକୁ ଅନୁପାଳନ ପୂର୍ବକ ଏଥିରେ ଆଉ ହସ୍ତକ୍ଷେପ ନ କରୁ ନ୍ୟାୟପାଳିକା। ନଚେତ ପ୍ରଜାତନ୍ତ୍ର ଲାଗି ବିପଦ ବୋଲି ସର୍ବଭାରତୀୟ ପ୍ରିଜାଇଡିଂ ଅଫିସର ସମ୍ମିଳନୀରୁ ଚେତାଇ ଦେଇଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନକଡ଼।

(ଭିଓ୧) ବିଧାନସଭା, ରାଜ୍ୟସଭାରୁ ନେଇ ଲୋକସଭା। ଗଣତନ୍ତ୍ରର ପବିତ୍ର ମନ୍ଦିର ତର୍କ ଲାଗି ଉଦ୍ଦିଷ୍ଟ। ସବୁ ହେଉଛି। କିନ୍ତୁ ତର୍କ ହିଁ ହେଉନି। ସେଥିଲାଗି ତ ସମାଜରେ ସମ୍ମାନ ନାହିଁ। ଉପହସିତ ହେବାକୁ ପଡ଼ୁଛି ନିର୍ବାଚିତ ପ୍ରତିନିଧିଙ୍କୁ। ସମ୍ୱିଧାନର ଶପଥ ନେଉଥିବା ବ୍ୟକ୍ତିଙ୍କ ବାବଦରେ ମନ ଇଛା କହିବାକୁ ଲୋକଙ୍କ ମୁହଁରେ ବାଡ଼ବତା ରହୁନି। ଡେକୋରମ, ଡିସିପ୍ଲିନ୍ ଅଭାବରୁ ରେସପେକ୍ଟ ମିଳୁନି। ଦଳୀୟ ଏଜେଣ୍ଡାରୁ ଉର୍ଦ୍ଧ୍ୱରେ ରହି ଦେଶ ସ୍ୱାର୍ଥରେ କାମ କରିବାକୁ ହେବ। କିଛି ଏମିତି ଢଙ୍ଗରେ ଉଦବେଗ ପ୍ରକାଶ କରି ସର୍ବଭାରତୀୟ ପ୍ରିଜାଇଡିଂ ଅଫିସର ସମ୍ମିଳନୀରୁ ଚେତାଇ ଦେଇଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନକଡ଼। ଏପରିକି ସଭ୍ୟଙ୍କ ଅଶୋଭନୀୟ ଆଚରଣ ଦେଖି ରାଜ୍ୟସଭାର ଅଧ୍ୟକ୍ଷ ଭାବେ ସେ କଅଣ କରୁଛନ୍ତି କହି ପ୍ରଶ୍ନବାଣର ସମ୍ମୁଖୀନ ହେଉଛନ୍ତି। ସେଥିଲାଗି ତ ଅନେକ ସମୟରେ ବାଚସ୍ପତି ଓ ସେ ନିଜେ ଅସହାୟ ହୋଇପଡ଼ୁଛନ୍ତି।

ସାମ୍ୱିଧାନିକ ଅଫିସ୍‌ର ଉଚ୍ଚ ପଦରେ ବସିଥିବା ବ୍ୟକ୍ତିବିଶେଷ ରାଜନୀତିରୁ ମୁକ୍ତ ରୁହନ୍ତୁ ବୋଲି ଅପିଲ୍ କରିଛନ୍ତି ଜଗଦୀପ। ଲୋକତନ୍ତ୍ରର ଗୌରବ, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଏହାର ମୌଳିକତା ରକ୍ଷା ହେଉନଥିବା ଦେଖି ଚିନ୍ତାପ୍ରକଟ କରିଛନ୍ତି ଜଗଦୀପ।

କେବଳ ଏତିକି ନୁହେଁ, ଉଭୟ କାର୍ଯ୍ୟପାଳିକା ଓ ନ୍ୟାୟପାଳିକା କେମିତି ସଂସଦକୁ ଅବମାନନା କରୁଛନ୍ତି, ସେ ନେଇ ଆପତ୍ତି ଉଠାଇଛନ୍ତି। ସୁପ୍ରିମକୋର୍ଟ ନିଜ ସୀମା ଭିତରେ ରହୁ। ହସ୍ତକ୍ଷେପ ନ କରୁ। କାର୍ଯ୍ୟପାଳିକା ନିର୍ଦେଶକୁ ଅନୁପାଳନ କରୁ। ସଂସଦରେ ପାରିତ ଆଇନ ଉପରେ ସୁପ୍ରିମକୋର୍ଟର ଅଙ୍କୁଶ ଗ୍ରହଣୀୟ ନୁହେଁ। କାର୍ଯ୍ୟପାଳିକା ବି ଦ୍ୱନ୍ଦ୍ୱରେ ରହୁଛି। ସଂସଦରେ ପାରିତ ଆଇନକୁ ନ୍ୟାୟପାଳିକାର ମୋହର କାହିଁକି ଲାଗିବ ବୋଲି ପଚାରିଛନ୍ତି ଜଗଦୀପ। କିଏ ମୁଖ୍ୟମନ୍ତ୍ରୀ, କିଏ ପ୍ରଧାନମନ୍ତ୍ରୀ ହେବ। ଏ କଥା ବ୍ୟବସ୍ଥାପିକା ନିର୍ଣ୍ଣୟ କରେ। ତା ହେଲେ ସମ୍ୱିଧାନରେ କଅଣ ନୂଆ ଥିଏଟର ଲାଗିଛି କି ବୋଲି ପଚାରିଛନ୍ତି ଜଗଦୀପ।

କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଓ ନ୍ୟାୟପାଳିକା ଭିତରେ ସାମଞ୍ଜସ୍ୟ ରହିବା ଦରକାର। ସର୍ବୋପରି ବ୍ୟବସ୍ଥାପିକାର ନିର୍ଦେଶକୁ କାର୍ଯ୍ୟପାଳିକାର ଅବମାନନା ଓ ଏହା କରୁଥିବା ଆଇନ ଉପରେ ନ୍ୟାୟପାଳିକାର ଅଯଥା ହସ୍ତକ୍ଷେପକୁ ନାପସନ୍ଦ କରିଛନ୍ତି ଉପରାଷ୍ଟ୍ରପତି।


ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *