୮ ଜଣ ବେସରକାରୀ ବ୍ୟକ୍ତିଙ୍କ ନାମରେ ଏଲଓସି ଜାରି

Spread the love

ନୂଆଦିଲ୍ଲୀ: ରବିବାର ଦିନ ସିବିଆଇ ପୁଣି ୮ ଜଣଙ୍କ ବିରୋଧରେ ଜାରି କରିଛି ଲୁକ ଆଉଟ ସର୍କ୍ୟୁଲାର।  ସମସ୍ତ ୮ ଜଣ ହେଉଛନ୍ତି ବେସରକାରୀ ବ୍ୟକ୍ତି।  ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଓ ଅନ୍ୟମାନଙ୍କର ମଦ ଘଟୋଲାରେ ସମସ୍ତଙ୍କର ସମ୍ପୃକ୍ତି ରହିଛି। ଦିଲ୍ଲୀ ମଦ ଘୋଟାଲାରେ ମୋଟ ୯ଜଣଙ୍କ ନାମରେ ଏଫଆଇଆର ହୋଇଛି। ପର୍ନୋଡ ରିକାର୍ଡର ଉପସଭାପତିଙ୍କ ବ୍ୟତିତ ଅନ୍ୟ ସମସ୍ତେ ବେସରକାରୀ ବ୍ୟକ୍ତି ରହିଛନ୍ତି।  

ଲୁକ ଆଉଟ ଜାରି ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ମନୋରଞ୍ଜନ ଓ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଓନଲି ମଚ ଲାଉଡରର ପୂର୍ବତନ ସିଇଓ ବିଜୟ ନାୟର, ବ୍ରିଣ୍ଡକୋ ସ୍ପିରିଟ୍ସର ମାଲିକ ଅମନଦୀପ ଧଳ, ଇଣ୍ଡୋସ୍ପିରିଟର ମାଲିକ ସମୀର ମହେନ୍ଦ୍ରୁ, ବଡ୍ଡି ରିଟେଲ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଅମିତ ଅରୋରା, ରାଧା ଇଣ୍ଡଷ୍ଟ୍ରିଜର ଦିନେଶ ଅରୋରା, ମହାଦେବ ଲିକରସର ସନି ମାରୱାହ, ଅରଜୁନ ରାମଚନ୍ଦ୍ର ପିଲାଇ ଓ ଅର୍ଜୁନ ପାଣ୍ଡେ ରହିଛନ୍ତି।

 ତେବେ ଏହା ପୂର୍ବରୁ ମନିଷ ଓ ଅନ୍ୟମାନଙ୍କ ବିରୋଧରେ ଲୁକ ଆଉଟ ଜାରି କରିବାକୁ ନେଇ ମନିଷ ହାଲକା ମନ୍ତବ୍ୟ ଦେଇଥିବା ବେଳେ ସିବିଆଇ ସ୍ପଷ୍ଟ କରିଥିଲା କି, ଏହା ଉପରେ ଖୁବ ଶୀଘ୍ର ପଦକ୍ଷେପ ନିଆଯାଉଛି ଓ ପ୍ରକ୍ରିୟା ଜାରି ରହିଛି।

Leave a Reply

Your email address will not be published. Required fields are marked *