ମୁମ୍ବାଇରେ ଧାରା ୧୪୪ ଜାରି

Spread the love

() ମହାରାଷ୍ଟ୍ରରେ ରାଜନୈତିକ ସଂକଟ ମଧ୍ୟରେ ରାଜଧାନୀ ମୁମ୍ବାଇରେ ଜାରି ହୋଇଛି ଧାରା ୧୪୪। ଶିବସେନାର ବାଗୀ ନେତାଙ୍କ ବିରୋଧରେ ଦେଖାଦେଉଛି ଅସନ୍ତୋଷ। ବାଗୀ ନେତାଙ୍କ ଘର ଓ ଅଫିସ ଉପରେ ଶୁକ୍ରବାର ଆକ୍ରମଣ ପରେ ପ୍ରଶାସନ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଏହା ପୂର୍ବରୁ ଥାନେରେ ମଧ୍ୟ ୧୪୪ ଜାରି କରାଯାଇଥିଲା। କାରଣ ଥାନେ ହେଉଛି ଏକନାଥଙ୍କ ନେତୃତ୍ବାଧୀନ ଅଞ୍ଚଳ। ଶିବସେନାରେ ଉଦ୍ଧବ ଠାକରେ ଓ ଏକନାଥ ସିନ୍ଧେ ଗୋଷ୍ଠୀ ମଧ୍ୟରେ ଫାଟ ପରେ ଉଭୟ ସିନ୍ଧେ ଓ ସାଂସଦ ସଞ୍ଜୟ ରାଉତଙ୍କ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏହାକୁ ନେଇ ସାଂସଦ ସଞ୍ଜୟ ରାଉତ ପରୋକ୍ଷରେ ବ୍ୟାପକ ହିଂସାକାଣ୍ଡର ଧମକ ଦେଇଛନ୍ତି। ଏକନାଥଙ୍କ ଅସ୍ତିତ୍ବ ଦଳ କର୍ମକର୍ତ୍ତା ଦେଖାଇବେ ବାଲି କହିବାକୁ ପଛାଇନାହାନ୍ତି ସଞ୍ଜୟ।

ଶନିବାର ଶିବସେନା ପକ୍ଷରୁ ଉଦ୍ଧବ ଠାକରେଙ୍କ ନେତୃତ୍ବରେ ପାର୍ଟି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ବୈଠକକୁ ଉଦ୍ଧବ ଆସିବା ପୂର୍ବରୁ ଦଳ ଶକ୍ତି ପ୍ରଦର୍ଶନ କରିଛି। ମୁମ୍ବାଇସ୍ଥିତ ପାର୍ଟି ଅଫିସ ନିକଟରେ ହଜାର ହଜାର ସଂଖ୍ୟାରେ ଶିବସେନା କମକର୍ତ୍ତା  ଉଦ୍ଧବଙ୍କ ସମର୍ଥନରେ ନାରାବାଜି କରୁଥିବା ଦେଖିବାକୁ ମିଳିଛି। ସେପଟେ ୧୬ ବାଗୀ ବିଧାୟକଙ୍କ ବିରୋଧରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ଆଜି ଉପବାଚସ୍ପତି ବାଗୀଙ୍କୁ କରିଛନ୍ତି ନୋଟିସ। ଆସନ୍ତା ସୋମବାର ସୁଦ୍ଧା କାହିଁ ସେମାନଙ୍କୁ ଅଯୋଗ୍ୟ ଘୋଷିତ କରାଯିବ ନାହିଁ ତାର ଉତ୍ତର ମଗାଯାଇଛି। ଜବାବ ନ ମିଳିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *