ଅପରାଧଜାତୀୟ

ଇଣ୍ଡିଗୋ ବିମାନରେ ପୁଣି ବିଶୃଙ୍ଖଳା

ନୂଆଦିଲ୍ଲୀ: ବିମାନରେ ବିଶୃଙ୍ଖଳା ସୃଷ୍ଠି କରୁଥିବା ଜଣେ ମଦ୍ୟପ ଗିରଫ । ଚାଲୁଥିବା ଇଣ୍ଡିଗୋ ବିମାନର ଏମର୍ଜେନ୍ସି ଦ୍ୱାର ଖୋଲିବାକୁ ଉଦ୍ୟମ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ସିଆଇଏସଏଫ । ଏପରି ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀ – ବେଙ୍ଗାଲୁର ଇଣ୍ଡିଗୋ ବିମାନରେ । ଇଣ୍ଡିଗୋ ବିମାନ 6ଇ 308 ରେ ଘଟିଛି ଏହିପରି କାଣ୍ଡ ।

ସୂଚନା ମୁତାବକ ଇଣ୍ଡିଗୋ ବିମାନଟି ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରୁ ବେଙ୍ଗାଲୁରୁ ଅଭିମୁଖେ ଗମନ କରୁଥିଲା । ଶୁକ୍ରବାର ସକାଳ ପ୍ରାୟ 7.56 ବେଳେ ଏ ଘଟଣା ସାମ୍ନାକୁ ଆସିଥିଲା । ଜଣେ 40 ବର୍ଷୀୟ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଏପରି କାଣ୍ଡ କରିଥିବା ଜଣାପଡିଥିଲା । ଏହି ଘଟଣା ଘଟିବା ବେଳେ ବିମାନର କ୍ରିଉ ସଦସ୍ୟ ମାନେ ଏ ସମ୍ପର୍କରେ କ୍ୟାପ୍ଚେନଙ୍କୁ ଖବର ଦେଇଥିଲେ ଏବଂ ବ୍ୟକ୍ତି ଜଣକୁ ବିଶୃଙ୍ଖଳା ନକରିବାକୁ ସତର୍କ ମଧ୍ୟ କରିଥିଲେ ।

ତେବେ ବିମାନଟି ବେଙ୍ଗାଲୁରୁ ରେ ଅବତରଣ କରିବା ପରେ ବିଶୃଙ୍ଖଳା ସୃଷ୍ଠି କରିଥିବା ବ୍ୟକ୍ତି ଜଣକୁ ସିଆଇଏସଏଫ କୁ ହସ୍ତାନ୍ତର କରାଯାଇଥିଲା । ପରେ ସେହି ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଇଣ୍ଡିଗୋ ପକ୍ଷରୁ ସୂଚନା ମିଳିଛି ଏବଂ ଘଟଣାର ତଦନ୍ତ ନିମନ୍ତେ ଅଧିକ ଛାନଭିନ୍ ଜାରିରହିଛି ।

Related Articles

Leave a Reply

Your email address will not be published.

Back to top button