ଜାତୀୟ

ଜୀବନ ଓ ମୃତ୍ୟୁ ସହତି ଲଢେଇ

ଶ୍ରୀନଗର: ଜୀବନ ଓ ମୃତ୍ୟୁ ସହତି ଲଢେଇ । ୧୦ସେକେଣ୍ଡ ର ଖେଳ । ସେଇ ୧୦ ସେକେଣ୍ଡ ବଞ୍ଚାଇଲା ଜୀବନ । ସାହା ହେଲେ ଭୋଳାନାଥ । ଓଡିଆ ଯାତ୍ରୀଙ୍କୁ ସାରା ଜୀବନ ମନେ ରହିବ ଏହି ଘଟଣା ।  ଅମରନାଥ ଗୁମ୍ପା ନିକଟରେ ବାଦଲ ଫଟା ବର୍ଷା ଫଳରେ ପାହାଡରୁ ଦ୍ରୁତ ଗତିରେ ପାଣି ମାଡି ଆସିବା ଯୋଗୁଁ ଭାସିଯାଇଥିଲେ ଅନେକ ତୀର୍ଥ ଯାତ୍ରୀ। ଏହି ଘଟଣାରେ ୩ ଜଣ ମହିଳାଙ୍କ ସମେତ ୧୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଖି ଆଗରେ ପ୍ରକୃତିର ତାଣ୍ଡବ ଦେଖି ଥରହର ହୋଇଉଠିଥିଲେ ଶ୍ରଦ୍ଧାଳୁ । ଅମରନାଥ ଜଳପ୍ରଳୟର ଛାତି ଥରାଇବା ଭଳି ଦୃଶ୍ୟକୁ ବର୍ଣ୍ଣନା କରିଛନ୍ତି ଓଡିଆ ଶ୍ରଦ୍ଧାଳୁ । ବାଦଲ ଫଟା ବର୍ଷା ଫଳରେ ଚାରିଆଡେ ଖାଲି ପାଣି ଆଉ ପାଣି  ଥିଲା । ଆଖି ଆଗରେ ଦୈନନ୍ଦିନ ଉପକରଣ ସହ ମଣିଷ ବି ଭାସିଯାଇଥିଲେ । ଆଖି ଆଗରେ କଣ ସବୁ ଘଟିଯାଉଥିଲା ଭାବିଲେ ଶରୀରରେ ଶିହରଣ ସୃଷ୍ଟି ହେଉଛି। କିଛି ଶ୍ରଦ୍ଧାଳୁ କହିଛନ୍ତି ଦର୍ଶନ ସାରି ଫେରିବା ବେଳକୁ ଟେଣ୍ଟ ଭିତରେ ପାଣି ପଶିଯାଇଥିଲା । ଜୀବନ ବଞ୍ଚାଇବାକୁ ମିଳିଥିଲା ୧୦ ସେକେଣ୍ଡ । ମହାଦେବଙ୍କ କୃପାରୁ ଜୀବନ ବଞ୍ଚାଇବା ପରେ ଏବେ ଚାଲି ଚାଲି ଘରକୁ ବାହାରୁ । ଏନଡିଆରଏଫ , ଏସଡିଆରଏଫ , ଆଇଟିବିପି ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ହେଲିକେପ୍ଟର ଜରିଆରେ ଫସିରହିଥିବା ଯାତ୍ରୀଙ୍କୁ ଉଦ୍ଧର କରାଯାଉଛି । ଏହା ବ୍ୟତୀତ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ଲାଗିଛି ରେସ୍କ୍ୟୁ ଟିମ୍ ।

ସ୍ମରିଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button