ମୁଖ୍ୟମନ୍ତ୍ରୀଙ୍କ ଘର ନିକଟରେ ବୋମା

Spread the love

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ଘର ନିକଟରେ ବୋମା । ଖବର ପାଇ ଯଥାଶୀଘ୍ର ବୋମା ନିଷ୍କ୍ରିୟକାରୀ ଦଳ ସେଠାରେ ପହଁଞ୍ଚି ବୋମା ନିଷ୍କ୍ରିୟ କରିଛନ୍ତି ।  ମୁଖ୍ୟମନ୍ତୀଙ୍କ ଚଣ୍ଡିଗଡ ସ୍ଥିତ ବାସଭବନର ପ୍ରାୟ ୧ କିଲୋମିଟର ଦୂରରେ ଥିବା ଏକ ସ୍ଥାନରେ ବୋମା ଥିବାର ସୋମବାର ସୂଚନା ମିଳିଥିଲା । ଏହାପରେ ବୋମାର ଯାଞ୍ଚ ପାଇଁ ଚଣ୍ଡିଗଡରୁ ଆର୍ମିର ବୋମା ସ୍କ୍ୱାର୍ଡ ସେଠାରେ ପହଁଞ୍ଚିଥିଲେ ।

 ବୋମାଟି ରାଜେନ୍ଦ୍ର ପାର୍କ ସମ୍ମୁଖରେ ଥିବା ଏକ ଆମ୍ବ ବଗିଚାରେ ପଡିଥିବା ଦେଖିବାକୁ ମିଳିଥିଲା । ଏହା ଜଣାପଡିବା ପରେ ପୋଲିସ ସମଗ୍ର ଅଞ୍ଚଳକୁ ସିଲ୍ କରିଦେଇଥିଲା । ସୂଚନା ଅନୁସାରେ ଗତ ସପ୍ତାହରେ ପଞ୍ଜାବରେ ଆତଙ୍କବାଦୀ ଆକ୍ରମଣର ସମ୍ଭାବନା ଥିବା ନେଇ ଗୁପ୍ତଚର ପକ୍ଷରୁ ସୂଚନା ମିଳିଥିଲା । ଯାହାପରେ ସମଗ୍ର ରାଜ୍ୟରେ ଆର୍ଲଟ ଜାରି କରାଯାଇଥିଲା । ଆଉ ଏହାରି ମଧ୍ୟରେ ଏବେ ରାଜଧାନୀ ଚଣ୍ଡିଗଡରେ ବୋମା ମିଳିବା ପରେ ପଞ୍ଜାବ ଓ ଚଣ୍ଡିଗଡ ପୋଲିସ ଅଧିକ ସତର୍କ ହୋଇଉଠିଛି । ତେବେ ବୋମା କିପରି ସେଠାରେ ପହଁଞ୍ଚିଲା ଏବଂ ଏହା ପଛରେ କାହାର ହାତ ଅଛି ସେ ସମ୍ପର୍କରେ ବର୍ତ୍ତମାନ ତଦନ୍ତ କରାଯାଉଛି ।

Leave a Reply

Your email address will not be published. Required fields are marked *