amarnath

  • ଜୀବନ ଓ ମୃତ୍ୟୁ ସହତି ଲଢେଇ

    ଶ୍ରୀନଗର: ଜୀବନ ଓ ମୃତ୍ୟୁ ସହତି ଲଢେଇ । ୧୦ସେକେଣ୍ଡ ର ଖେଳ । ସେଇ ୧୦ ସେକେଣ୍ଡ ବଞ୍ଚାଇଲା ଜୀବନ । ସାହା ହେଲେ ଭୋଳାନାଥ । ଓଡିଆ ଯାତ୍ରୀଙ୍କୁ ସାରା ଜୀବନ ମନେ ରହିବ ଏହି ଘଟଣା ।  ଅମରନାଥ ଗୁମ୍ପା ନିକଟରେ ବାଦଲ ଫଟା ବର୍ଷା ଫଳରେ ପାହାଡରୁ ଦ୍ରୁତ ଗତିରେ ପାଣି ମାଡି ଆସିବା ଯୋଗୁଁ ଭାସିଯାଇଥିଲେ ଅନେକ ତୀର୍ଥ ଯାତ୍ରୀ। ଏହି ଘଟଣାରେ ୩ ଜଣ ମହିଳାଙ୍କ ସମେତ ୧୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଖି ଆଗରେ ପ୍ରକୃତିର ତାଣ୍ଡବ ଦେଖି ଥରହର ହୋଇଉଠିଥିଲେ ଶ୍ରଦ୍ଧାଳୁ । ଅମରନାଥ ଜଳପ୍ରଳୟର ଛାତି ଥରାଇବା ଭଳି ଦୃଶ୍ୟକୁ ବର୍ଣ୍ଣନା କରିଛନ୍ତି ଓଡିଆ ଶ୍ରଦ୍ଧାଳୁ । ବାଦଲ ଫଟା ବର୍ଷା ଫଳରେ ଚାରିଆଡେ ଖାଲି ପାଣି ଆଉ ପାଣି  ଥିଲା । ଆଖି ଆଗରେ ଦୈନନ୍ଦିନ ଉପକରଣ ସହ ମଣିଷ ବି ଭାସିଯାଇଥିଲେ । ଆଖି ଆଗରେ କଣ ସବୁ ଘଟିଯାଉଥିଲା ଭାବିଲେ ଶରୀରରେ ଶିହରଣ ସୃଷ୍ଟି ହେଉଛି। କିଛି ଶ୍ରଦ୍ଧାଳୁ କହିଛନ୍ତି ଦର୍ଶନ ସାରି ଫେରିବା ବେଳକୁ ଟେଣ୍ଟ ଭିତରେ ପାଣି ପଶିଯାଇଥିଲା । ଜୀବନ ବଞ୍ଚାଇବାକୁ ମିଳିଥିଲା ୧୦ ସେକେଣ୍ଡ । ମହାଦେବଙ୍କ କୃପାରୁ ଜୀବନ ବଞ୍ଚାଇବା ପରେ ଏବେ ଚାଲି ଚାଲି ଘରକୁ ବାହାରୁ । ଏନଡିଆରଏଫ , ଏସଡିଆରଏଫ , ଆଇଟିବିପି ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ହେଲିକେପ୍ଟର ଜରିଆରେ ଫସିରହିଥିବା ଯାତ୍ରୀଙ୍କୁ ଉଦ୍ଧର କରାଯାଉଛି । ଏହା ବ୍ୟତୀତ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ଲାଗିଛି ରେସ୍କ୍ୟୁ ଟିମ୍ ।

    ସ୍ମରିଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

  • ଅମରନାଥ ଗୁମ୍ଫା ନିକଟରେ ଦୁର୍ଘଟଣା: ୫ ମୃତ୍ୟୁ ଆଶଙ୍କା

    ଶ୍ରୀନଗର: ଜମ୍ମୁ କାଶ୍ମୀରସ୍ଥିତ ଅମରନାଥ ଗୁମ୍ପା ନିକଟରେ ବାଦଲ ଫଟା ବର୍ଷା ପରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଏହା ପରେ ଅମରନାଥ ଯାତ୍ରାକୁ ସ୍ଥଗିତ ରଖିବା ସହ ଘଟଣାସ୍ଥଳରେ ଏନଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଛି। କିଛି ଦିନ ପୂର୍ବରୁ ଅମରନାଥରେ ଖରାପ ପାଗ ନେଇ ସୂଚିତ କରିଥିଲା ପାରିପାଗ ବିଭାଗ।

    ଏଏନଆଇ ସୂଚନା ଅନୁଯାୟୀ, ଅମରନାଥ ଗୁମ୍ଫାଠାରୁ ଦୁଇ କିଲୋମିଟର ଦୂରରେ ବାଦଲ ଫାଟିଥିଲା। ସଂଧ୍ୟା ୫.୩୦ରେ ଏହା ଘଟିଥିଲା। ଏହି ଘଟଣା ସମ୍ପର୍କରେ ଜାଣିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ଜମ୍ମୁର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ କଥା ହେବା ସହ ସ୍ଥିତି ଉପରେ ନଜର ରଖିଛନ୍ତି।

  • ଆରମ୍ଭ ହେଲା ଅମରନାଥ ଯାତ୍ରା

    ଆରମ୍ଭ ହେଲା ଅମରନାଥ ଯାତ୍ରା l ତୀର୍ଥଯାତ୍ରୀମାନେ ଦୁଇ ବର୍ଷର ବ୍ୟବଧାନ ପରେ ଜୁନ୍ 30 ରୁ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରା ପୂର୍ବରୁ ଜାମ୍ମୁରେ ପହଞ୍ଚିଥିବାବେଳେ ଏଲଜି ମନୋଜ ସିହ୍ନା ଜମ୍ମୁ ବେସ୍ କ୍ୟାମ୍ପରୁ ଅମରନାଥ ଯାତ୍ରୀଙ୍କ ପ୍ରଥମ ବ୍ୟାଚ୍ ର ସଫଳ ଯାତ୍ରା ନିମନ୍ତେ ଶୁଭକାମନା ଜ୍ଞାପନ କରିଛନ୍ତି | ଏହି ଯାତ୍ରା ଜୁନ୍ 30 ରେ ଆରମ୍ଭ ହେବ | ଯାତ୍ରୀମାନେ ବାବା ଭୋଲେନାଥଙ୍କୁ ପ୍ରାର୍ଥନା କରିବା ପାଇଁ 2 ବର୍ଷ ଅପେକ୍ଷା କରିଥିବାବେଳେଥିବାବେଳେ ଏବେ ଯାତ୍ରା କୁନେଇ ବହୁତ ଉତ୍ସାହିତ ଅଛନ୍ତି l ଅମରନାଥ ଯାତ୍ରା ପୂର୍ବରୁ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥ, ଉଦାମପୁର ଜିଲ୍ଲାର କାଳୀ ମାତା ମନ୍ଦିର ନିକଟରେ ସୁରକ୍ଷା କଡାକଡି କରାଯାଇଛି l

Back to top button