କାହିଁକି ମୋଦିଙ୍କ ଜ୍ୟାକେଟକୁ ନେଇ ଚର୍ଚ୍ଚା?

ନୂଆଦିଲ୍ଲୀ: ସବୁବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷାକାକୁ ନେଇ ଚର୍ଚ୍ଚା ହୋଇ ଆସୁଥିବା ବେଳେ ଆଜି ସେ ସଂସଦକୁ ପିନ୍ଧି ଆସିଥିବା ଜ୍ୟାକେଟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ଏହି ଚର୍ଚ୍ଚା ଜ୍ୟାକେଟର ଦାମକୁ ନେଇ ନୁହେଁ, ବରଂ ଏହାର କଞ୍ଚାମାଲ, ପ୍ରସ୍ତୁତିକୁ ନେଇ।
ବୁଧବାର ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଖାସ୍ ଜ୍ୟାକେଟ ପିନ୍ଧି ପହଞ୍ଚିଥିଲେ ସଂସଦରେ। ବ୍ଲୁ ରଙ୍ଗର ଜ୍ୟାକେଟ। ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଜ୍ୟାକେଟ୍ କୌଣସି ଅନ୍ତର୍ଜାତୀୟ ବ୍ରାଣ୍ଡର ନୁହେଁ ବରଂ ସ୍ବଦେଶୀ ଓ ଅଦରକାରୀ ପ୍ଲାଷ୍ଟିକ୍ ବୋତଲରୁ ପ୍ରସ୍ତୁତ। ସୋମବାର ବେଙ୍ଗାଲୁରୁ ଠାରେ ଏନର୍ଜି ସପ୍ତାହ ପାଳନ କାଳରେ ଏହି ସ୍ବତନ୍ତ୍ର ଜ୍ୟାକେଟକୁ ଇଣ୍ଡିଆନ୍ ଅଏଲ କର୍ପୋରେସନ ପକ୍ଷରୁ ତାଙ୍କୁ ଉପହାର ଦିଆଯାଇଥିଲା। ୧୦ କୋଟି ଅଦରକାରୀ ପିଇଟି ବୋତଲ ରିସାଇକେଲ କରାଯାଇ ଇଣ୍ଡିଆନ୍ ଅଏଲର କର୍ମଚାରୀ ଓ ସଶସ୍ତ୍ର ବାହିନୀ ନିମନ୍ତେ ଦୀର୍ଘସ୍ଥାୟୀ ପୋଷାକ ତିଆରି କରାଯାଇଛି।
ସୂଚନା ଯୋଗ୍ୟ, ଭାରତ ସରକାର ପରିବେଶ ସୁରକ୍ଷା ପାଇଁ ଆରମ୍ଭ କରିଛନ୍ତି ନ୍ୟାସନାଲ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ। ୧୯ ହଜାର ୭୦୦ କୋଟି ଟଙ୍କା ବିନିଯୋଗରେ ନ୍ୟାସନାଲ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନର ଶୁଭାରମ୍ଭ ହୋଇଛିନ୍ତି। ଯାହା ଅଙ୍ଗାରକାମ୍ଳ ନିର୍ଗମନକୁ କମାଇବା ସହ ଜୀବାଷ୍ମ ଇନ୍ଧନ ବ୍ୟବହାର ଗୁରୁତ୍ୱକୁ ମଧ୍ୟ କମାଇବ। ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ନଷ୍ଟ ନ ହେଉଥିବା ପ୍ଲାଷ୍ଟିକୁ ରିସାଇକିଲ କରି ଏହା ଦ୍ବାରା ବ୍ୟବହାର ଉପଯୋଗୀ ସାମଗ୍ରୀର ପ୍ରସ୍ତୁତି କରାଯାଉଛି।