ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କ ବିଦାୟ ସମ୍ବର୍ଦ୍ଧନା

Spread the love

ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କୁ ଶନିବାର ଦିନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ହୋଇଛି ସମ୍ବର୍ଦ୍ଧନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି, ଲୋକ ସଭା ସ୍ପିକର ପ୍ରମୁଖଙ୍କ ଉପସ୍ଥିତିରେ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ଆୟାଜିତ ହୋଇଛି। ରାଷ୍ଟ୍ରପତି ଭାବେ କାର୍ଯ୍ୟକରିବା ସମୟରେ ତାଙ୍କୁ ମିଳିଥିବା ସହଯୋଗ ପାଇଁ ସେ କୃତଜ୍ଞତା ଜଣାଇଛନ୍ତି। ତାଙ୍କ କାର୍ଯ୍ୟକାଳରେ ସେ ସମସ୍ତ ଦାୟିତ୍ବ ଦକ୍ଷତାର ସହ ନିର୍ବାହ କରିବାକୁ ଚେଷ୍ଟା କରିଥିବା କହିଛନ୍ତ ରାଷ୍ଟ୍ରପତି। ଏହି ଅବସରରେ ସେ ନିଜ ଅଭିଜ୍ଞତା ସାଉଁଟିବା ଅବସରରେ ସେ କହିଛନ୍ତି କି, ମୁଁ ଏକ ଅତି ଗରିବ ପରିବାରରୁ ଆସିଛି। ତେବେ ଆଜି ଦେଶର ସର୍ବୋଚ୍ଚ ସ୍ଥାନରେ ପହଞ୍ଚି ପାରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଦେଶର ପ୍ରଗତି ପାଇଁ ବ୍ୟକ୍ତିଗତ ସ୍ବାର୍ଥରୁ ଊର୍ଦ୍ଧ୍ବକୁ ଉଠି ରାଷ୍ଟ୍ର ସର୍ବୋପରି ଏହି ଭାବନାର ସହ ସମସ୍ତ ଦଳ କାର୍ଯ୍ୟ କରିବା ଆବଶ୍ୟକ। ଏହି ଅବସରରେ କୋଭିନ୍ଦ ମାହାମାରୀର ଭୟାବହତା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିବାକୁ ଭୁଲି ନାହାନ୍ତି। ଏହି ଅବସରରେ କୋଭିନ୍ଦ ଆଗାମୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦ୍ରୌପଦୀ ଆଜିର ସମାଜରେ ନାରୀ ଶସକ୍ତିକରଣର ଏକ ଜ୍ବଳନ୍ତ ଉଦାହରଣ ବୋଲି ମହାମହିମ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଛନ୍ତି।

ଶିଳା ରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *